ବେଆଇନ ଦେଶୀ ମଦ କାରବାରକୁ ରୋକିବାକୁ ଅଣ୍ଟା ଭିଡିଲା ବଡ଼ବିଲ ପୋଲିସ, ଦୁଇ ମଦ ଚାଲାଣକାରୀ ଗିରଫ 

0

ବଡ଼ବିଲ(ଚିତ୍ତରଞ୍ଜନ କର ) : ବଡ଼ବିଲ ପୋଲିସ ଆଜି ଏକ ଦେଶୀ ମଦ ପ୍ରସ୍ତୁତ ହେଉଥିବା ଆଡ୍ଡ଼ାରେ ଚଢ଼ାଉ କରି ୧ ହଜାର ଲିଟରରୁ ଉର୍ଦ୍ଧ ମହୁଲି ମଦକୁ ନଷ୍ଟ କରିଥିବାର ଜଣାପଡିଛି। ବଡ଼ବିଲ ଉପକଣ୍ଠରେ ଥିବା ସାନ୍ତବାହାଳ ଜଙ୍ଗଲ ଅଞ୍ଚଳରେ କାରୋ ନଦୀ କୂଳରେ ଦେଶୀ ମଦ ମହୁଲି ପ୍ରସ୍ତୁତ ହେଉଥିବାର ଖବର ପାଇ ବଡ଼ବିଲ ଥାନାଧିକାରୀ ସୁଶାନ୍ତ ଦାଶଙ୍କ ନେତୃତ୍ୱରେ ପୋଲିସ ଟିମ ଅତର୍କିତ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ମଦ ପ୍ରସ୍ତୁତ କରୁଥିବା ଅପରାଧୀ ଛତ୍ରଭଙ୍ଗ ଦେଇ ଫେରାର ହୋଇଯାଇଥିବା ବେଳେ ସେଠାରେ ଥିବା ମହୁଲି ଭର୍ତ୍ତି ଡ୍ରମ ସବୁକୁ ବାଡେଇ ନଷ୍ଟ କରିଥିଲା ପୋଲିସ। ସେହିପରି ଅନ୍ୟ ଏକ ଘଟଣାରେ ଦେଶୀ ମଦ ଚାଲାଣ କରୁଥିବା ଦୁଇଜଣଙ୍କୁ ଗିରଫ କରିଛି ପୋଲିସ। ଅଭିଯୁକ୍ତ ଦୁଇଜଣ ଏକ ଟ୍ୟୁବରେ ମଦ ଚାଲାଣ କରୁଥିବା ବେଳେ ପୋଲିସ ହାତରେ ଧରା ପଡିଥିବାର ଜଣାପଡ଼ିଛି। ଅଭିଯୁକ୍ତ ଦୁଇଜଣ ହେଲେ ବଡ଼ବିଲ ସାଧୁ ସିଂ ହଟିଂ ଅଞ୍ଚଳର  ଗୋପାଲ ଗୋପ ଏବଂ ସାନୁ ପାତ୍ର। ପୋଲିସ ମଦ ଚାଲାଣରେ ବ୍ୟବହୃତ ଏକ ବାଇକକୁ ଜବତ କରି ଉଭୟଙ୍କୁ କୋର୍ଟ ଫରୱାର୍ଡ଼ କରିଥିବାର ଜଣାପଡିଛି |

Leave A Reply

Your email address will not be published.