ଭୋଟର ସଚେତନତା ଅଭିଯାନ ବାଟବଣା:ଉପଜିଲ୍ଲାପାଳଙ୍କୁ ଭିଏଚପିର ଦାବିପତ୍ର

0

ରାଉରକେଲା/Horachand Deuria)-ପାନପୋଷ ଉପଖଣ୍ଡରେ ପ୍ରଶାସନ ପକ୍ଷରୁ ଚାଲିଥିବା ଭୋଟର ସଚେତନତା ଅଭିଯାନ ବାଟବଣା ହୋଇଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବିଶ୍ବହିନ୍ଦୁ ପରିଷଦର ବରିଷ୍ଠ କାର୍ୟ୍ୟକର୍ତ୍ତା ତଥା ପଶ୍ଚିମ ଓଡ଼ିଶା ଧର୍ମପ୍ରସାର ସମ୍ପାଦକ ଶାନ୍ତନୁ କୁସୁମ।ତାସହିତ ଭୋଟର ସଚେତନତା ଅଭିଯାନକୁ ତ୍ବରାନ୍ବିତ କରିବା ସହିତ ସାଧାରଣ ନାଗରିକଙ୍କ ମୌଳିକ ଅଧିକାର ଓ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଶ୍ରୀ କୁସୁମ ଦାବି କରିଛନ୍ତି। ଆଜି ଏହି ପରିପ୍ରେକ୍ଷୀରେ ଶ୍ରୀ କୁସୁମ ନିଜ ସହଯୋଗୀଙ୍କ ସହ ପାନପୋଷ ଉପ-ଜିଲ୍ଲାପାଳ ତଥା ଉପଖଣ୍ଡ ନିର୍ବାଚନ ଅଧିକାରୀ ବିଶ୍ବଜିତ ମହାପାତ୍ରଙ୍କ ସହିତ ଆଲୋଚନା କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।ଉପ-ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିବା ଦାବିପତ୍ରରେ ଶ୍ରୀ କୁସୁମ ଦର୍ଶାଇଛନ୍ତି ଯେ,ଉପଖଣ୍ଡର ଲାଠିକଟା,କୁଆରମୁଣ୍ଡା,ବିଶ୍ରା, ନୁଆଗା ବ୍ଳକର ୨୦ ରୁ ଉର୍ଦ୍ଧ ଅପହଞ୍ଚ ଗ୍ରାମରେ ଆଜି ବି ମତଦାନ ଓ ସାମ୍ବିଧାନିକ ଅଧିକାରକୁ ନେଇ ଅସଚେତନତା ଭରି ରହିଛି। ମତଦାନ ଓ ସାମ୍ବିଧାନିକ ଅଧିକାର ଉପରେ ସଚେତନତା ନଥିବାରୁ ନିର୍ବାଚନ ସମୟରେ ଉକ୍ତ ଗ୍ରାମର ଲୋକମାନେ ବିଭିନ୍ନ ରାଜନୈତିକ ଦଳର ଅସାଧୁ କର୍ମୀଙ୍କ ଦ୍ବାରା ପ୍ରଭାବିତ ହୋଇ ମତଦାନ କରୁଥିବା ବେଳେ, ଅନେକ ମତଦାନ କରିବାଟାକୁ ଅତି ହାଲୁକା ଭାବରେ ଗ୍ରହଣ କରିଥାନ୍ତି। ଯାହା ଫଳରେ ମତଦାନ ହାର କମୁଥୀବା ବେଳେ, ସାମ୍ବିଧାନିକ ଅଧିକାର ମଧ୍ୟ କ୍ଷୁର୍ଣ୍ଣ ହୋଇଥାଏ।ଆଉ କେଇଟା ଦିନପରେ ସାଧାରଣ ନିର୍ବାଚନ ଥିବାରୁ ବିଭିନ୍ନ ରାଜନୈତିକ ଦଳର ଅସାଧୁ କର୍ମୀ ମାନେ ଅପହଞ୍ଚ ଇଲାକାରେ ବସବାସ କରୁଥିବା ଶାନ୍ତ,ସରଳ ଆଦିବାସୀ ଭାଇ ଭଉଣିଙ୍କ ଭୋଟ ର ବେପାର କରିବା ପାଇଁ ପସରା ମେଲେଇ ସାରିଲେଣି। ଯଦି ରାଜନୈତିକ ଦଳର କର୍ମୀ ମାନେ ତାଙ୍କ ଭୋଟ ବେପାରରେ ସଫଳ ହୁଅନ୍ତି ତାହେଲେ ଅସଚେତନ ଶାନ୍ତ,ସରଳ ଆଦିବାସୀ ଭାଇ ଭଉଣିଙ୍କ ମୌଳିକ ଅଧିକାର ଓ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହେବା ସୁନିଶ୍ଚିତ।ଯାହାକି ଭାରତ ଭଳି ଏକ ସର୍ବବୃହତ ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ। ତେଣୁ ଅପହଞ୍ଚ ଇଲାକାରେ ବସବାସ କରୁଥିବା ଆଦିବାସୀ ଭାଇ ଭଉଣିଙ୍କ ମୌଳିକ ଅଧିକାର ଓ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ଭୋଟର ସଚେତନତା ଅଭିଯାନକୁ ତ୍ବରାନ୍ବିତ କରିବା ପାଇଁ ଶ୍ରୀ କୁସୁମ ଦୃଢ଼ ଦାବି ରଖିଛନ୍ତି। ଏହି ସାଖ୍ୟାତ ଆଲୋଚନା କାଳରେ ଶ୍ରୀ କୁସୁମଙ୍କ ସହିତ ଜୟନ୍ତ ଦାସ,ପ୍ରଭାତ ପରିଡା,ସୁଜିତ ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.