ତିର୍ତ୍ତୋଲରେ ବୃଦ୍ଧି ପାଉଛି ଚୋରି :ନେହେରୁ ହାଟ,ଶାରଳା ହାଟରେ ରାତ୍ରି ପେଟ୍ରୋଲିଂ ଦାବି 

0 1

ତିର୍ତ୍ତୋଲ/ପାରାଦ୍ବୀପ:ରମେଶ ମହାନ୍ତି -ତିର୍ତ୍ତୋଲ ଥାନା ଅଞ୍ଚଳରେ ଦିନକୁ ଦିନ ରାତ୍ରି ଚୋରଙ୍କ ଉପଦ୍ରବ ବଢିବାରେ ଲାଗିଛି।ଯାହାକି ଏଇ କିଛି ଦିନ ପୂର୍ବେ ତିର୍ତ୍ତୋଲ ନେହେରୁ ହାଟ ମଧ୍ୟରେ ଥିବା ଟୁନିଲତା ସାହୁଙ୍କର ଦୋକାନକୁ ବିଳମ୍ବିତ ରାତ୍ରିରେ କୌଣସି ଦୁର୍ବୁତ୍ତ ଦୋକାନରୁ ନଗଦ ଟଙ୍କା ସହିତ ସବୁକିଛି ଲୁଟି ନେଇଥିବା ତିର୍ତ୍ତୋଲ ଥାନାରେ ଅଭିଯୋଗ ହୋଇଛି। ତିର୍ତ୍ତୋଲ ଅଞ୍ଚଳର ବିଭିନ୍ନ ସ୍ଥାନରେ ଘଟୁଥିବା ଏହିସବୁ ଚୋରି ପଛରେ ଏକ ଚୋର ରାକେଟ୍ ସକ୍ରିୟ ରହିଥିବା ଚର୍ଚ୍ଚା ହେଉଛି।ସାଧାରଣ ନିର୍ବାଚନ ମତଦାନ ପାଖେଇ ଆସୁଥିବା ବେଳେ ତିର୍ତ୍ତୋଲର ଏହି ପ୍ରମୁଖ ନେହେରୁ ହାଟ ଏବଂ ଶାରଳା ହାଟ ମଧ୍ୟରେ କେତେକ ଦୁର୍ବୃତ୍ତ ବିଳମ୍ବିତ ରାତି ପର୍ଯ୍ୟନ୍ତ ନିଶା ସେବନ କରୁଥିବା ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।ଅଞ୍ଚଳରେ ଆତଙ୍କ ଖେଳାଇ ଥିବା ଏହି ଚୋର ରାକେଟକୁ ପୋଲିସ ଯଥାଶୀଘ୍ର ଗିରଫ କରିବା ସହିତ ବିଶେଷ କରି ନେହେରୁ ହାଟ ଏବଂ ଶାରଳା ହାଟ ମଧ୍ୟରେ ପୋଲିସ୍ ରାତ୍ରି ପେଟ୍ରୋଲିଂ କଡା କଡି କରିବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

 

  

Leave A Reply

Your email address will not be published.