ଲୁହରେ ଭିଜିଲା ନିଲାଥର : ତଦନ୍ତ ଆରମ୍ଭ ପରେ ଜଳିଲା ଜୁଇ

0

ଜାମସେଠ /ରାଜେନ୍ଦ୍ର କୁମାର ପ୍ରଧାନ :-ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ନିଲାଥର ଗ୍ରାମ ରେ ଗତକାଲି ଆତ୍ମହତ୍ୟା କରିଥିବା ଚୈତରାମ ଭାଟ ଙ୍କ ୧୬ବଷ’ର ନାବାଳିକା ଝିଅ ଗିତାଞଲି ର ଶବ ଗାଁ ଦାଣ୍ଡରେ ରଖି ଗ୍ରାମବାସୀ ମାନେ ରାତିସାରା ଜଗି ରହିଥିଲେ। ସକାଲେ ପାଇକମାଲ ଥାନା ଅଧିକାରୀ ବିଶ୍ୱଜିତ ମନବୋଧ ସଦଲବଲ ନିଲାଥର ଗ୍ରାମକୁ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।ହାତଲେଖା ଚିଠିପତ୍ର ଫଟୋ ମୋବାଇଲ ଫୋନ ଘରୁ ଜବତ କରିଥିଲେ। ସନ୍ଧେହ ଘେରରେ ଥିବା ଯୁବକ ଘରକୁ ଯାଇ ଆଇଆଇସି ପଚରାଉଚୁରା କରିଥିଲେ। ସେ ଘରେ ନ ଥିବା ଜଣାପଡିଥିଲା। ଗ୍ରାମବାସୀଙ୍କ ସହ ଥାନାଅଧିକାରି ଆଲୋଚନା କରି ଉଚିତ ତଦନ୍ତ କରି ଦୃଢ ଭାବେ ଦୋଷିକୁ ଦଣ୍ଡ ଦେବାପାଇଁ ପ୍ରତିଶୃତି ଦେବାପରେ ଶବସତ୍କାର ପାଇଁ ସହମତି ପ୍ରଦାନ କରିଥିଲେ ଗ୍ରାମବାସୀ । ହରିଶ୍ଚନ୍ଦ୍ର ଯୋଜନାରୁ କାଂସଡ଼ା ଗ୍ରାମପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ଯୁଧିଷ୍ଠିର ସାହୁ ଦୁଇହଜାର ଟଙ୍କା ସହାୟତା ସକାଲେ ଦାଦନ ରୁ ଝିଅର ମୃତ ଖବର ପାଇ ଫେରିଥିବା ବାପା ଚୈତରାମଙ୍କୁ  ପ୍ରଦାନ କରିଥିଲେ।

Leave A Reply

Your email address will not be published.