ଓପିଜିସି ପକ୍ଷରୁ ୨୫୦୦ ଚାରାରୋପଣ

0


ଝାରସୁଗୁଡା : ଓଡ଼ିଶା ପାୱାର ଜେନେରେସନ କର୍ପୋରେସନ(ଓପିଜିସି) ପକ୍ଷରୁ ଇବ ଥର୍ମାଲ ପାୱାର ଷ୍ଟେସନ (ଆଇଟିପିଏସ୍) ହେଲିପ୍ୟାଡ୍ ପଡ଼ିଆରେ ‘ବନ ମହୋତ୍ସବ’ ଅବସରରେ ଦେଶବ୍ୟାପୀ ‘ଏକ ପେଡ଼ ମା’ କେ ନାମ’ ଅଭିଯାନ ଅଧୀନରେ ଏକ ବ୍ୟାପକ ଚାରାରୋପଣ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଓପିଜିସିର ନିର୍ଦେଶକ (ପରିଚାଳନା) ଅଞ୍ଜନା ରଞ୍ଜନ ଦାଶ ନେତୃତ୍ବ ନେଇଥିବା ବେଳେ ଓପିଜିସିର ପରିବେଶ ବିଭାଗ ଏହାକୁ ପରିଚାଳନା କରିଥିଲା। ଓପିଜିସିର କର୍ମଚାରୀଙ୍କ ସହ ଇବ ଥର୍ମାଲ ଡିଏଭି ସ୍କୁଲର ଛାତ୍ରଛାତ୍ରୀ ଏବଂ ଆଇଟିପିଏସ୍ ଲେଡିଜ୍ କ୍ଲବର ସଦସ୍ୟମାନେ ଚାରା ରୋପଣ କରିଥିଲେ । ୨,୫୦୦ ଚାରା ରୋପଣ କରାଯାଇଥିଲା।

ଏହି ଅବସରରେ ନିର୍ଦେଶକ ଏ. ଆର୍. ଦାଶ କହିଥିଲେ ଯେ ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ପରିବେଶୀୟ ସନ୍ତୁଳନ ରକ୍ଷା ପାଇଁ ଚାରାରୋପଣ ଅତ୍ୟନ୍ତ ଆବଶ୍ୟକ । ସେ ସମସ୍ତଙ୍କୁ ରୋପଣ କରାଯାଇଥିବା ଚାରାଗୁଡ଼ିକର ଯତ୍ନ ନେବା ଏବଂ ଏହି ଅଭିଯାନକୁ ଆହୁରି ବ୍ୟାପକ କରିବାକୁ ଆହ୍ବାନ ଦେଇଥିଲେ । ଓପିଜିସି ୨୦୨୬-୨୭ ଆର୍ଥିକ ବର୍ଷରେ ବ୍ୟାପକ ଚାରାରୋପଣ କାର୍ଯ୍ୟକ୍ରମ ହାତକୁ ନେଇଛି।

ଓଡ଼ିଶା ବନ ଉନ୍ନୟନ ନିଗମ( ଓଏଫଡିସି) ର ସହ‌ଯୋଗରେ ଚଳିତ ଆର୍ଥିକ ବର୍ଷରେ ମୋଟ ୨୧,୦୦୦ ଚାରା ରୋପଣ କରିବାର ଲକ୍ଷ୍ୟ ରଖାଯାଇଛି। ଏଥିମଧ୍ୟରୁ ୫,୦୦୦ଟି ଚାରା ପ୍ଲାଣ୍ଟ ଏବଂ ଟାଉନସିପ ପରିସରରେ ରୋପଣ କରାଯିବାକୁ ଥିବା ବେଳେ ଅବଶିଷ୍ଟ ୧୬,୦୦୦ ଚାରା ଆଶ୍ ପଣ୍ଡ ଅଞ୍ଚଳରେ ରୋପଣ କରାଯିବ। ଏହି କାର୍ଯ୍ୟକ୍ରମ ଓ ଏଫଡିସି ମାଧ୍ଯମରେ କାର୍ଯ୍ୟକାରୀ କରାଯାଉଛି।

Leave A Reply

Your email address will not be published.