ତ୍ରିଦିବସୀୟ ଶକ୍ତି ଯଜ୍ଞ ଉଦଯାପିତ

0


ଓଡ଼ଗାଁ ୧୯।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ପନ୍ତିଖାରୀ ଗ୍ରାମପଞ୍ଚାୟତ ମଶାବାରୀ ଗ୍ରାମରେ ବିରାଜିତ ଶ୍ରୀ ନୀଳକଣ୍ଠେଶ୍ୱର ମହାଦେବଙ୍କ ପୁଣ୍ୟପୀଠରେ ଅନୁଷ୍ଠିତ ବାର୍ଷିକ ଉତ୍ସବ ଓ ତ୍ରିଦିବସୀୟ ବିଶ୍ବ ଶାନ୍ତି ଉଦ୍ଦେଶ୍ୟରେ ଶକ୍ତି ଯଜ୍ଞ ଗ୍ରାମବାସୀଙ୍କ ପୂର୍ଣ୍ଣ ସହଯୋଗରେ ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି।ଗତ ଗୁରୁବାର ରାତିରେ ଅଙ୍କୁରାରୋପଣ ହୋଇଥିଲା ବେଳେ ଶୁକ୍ରବାର ମଶାବାରୀ ଗ୍ରାମବାସୀଙ୍କ ତରଫରୁ କର୍ତ୍ତା ଭାବେ ଦାୟିତ୍ଵ ସମ୍ପାଦନ କରିଥିବା ପବିତ୍ର ମହାନ୍ତି ଦମ୍ପତିଙ୍କ ଦ୍ବାରା ବ୍ରାହ୍ମଣ ବରଣ, କଳସ ସ୍ଥାପନ,ସୂର୍ଯ୍ୟ ପୂଜା,ପୀଠ ପୂଜା, ଚଣ୍ଡୀ ପାଠ, ରୁଦ୍ରାଭିଷେକ କର୍ମ ଅନୁଷ୍ଠିତ ହେବା ପରେ ଅପରାହ୍ନରେ ଘୃତ ଯଜ୍ଞ ଅନୁଷ୍ଠିତ ହୋଇଥିଲା ତଦନୁଯାୟୀ ଅବଶିଷ୍ଟ ୨ଦିନ ଅନୁରୂପ ଭାବେ ପୂଜାର୍ଚ୍ଚନା କରାଯାଇ ରବିବାର ସନ୍ଧ୍ୟାରେ ପୂର୍ଣ୍ଣାହୁତି ପ୍ରଦାନ କରି ପରେ ପ୍ରସାଦ ସେବନ ବ୍ୟବସ୍ଥା ରହିଥିଲା। ଆଚାର୍ଯ୍ୟ ଭାବରେ ଲଳିତ ମୋହନତ୍ରିପାଠୀ, ପୁସ୍ତକାଚାର୍ଯ୍ୟ ଭାବରେ ଗୋଦାବରୀଶ ହୋତା,ବ୍ରହ୍ମା ପ୍ରଦୀପ କୁମାର ଦାଶ,ଚଣ୍ଡୀପାଠ ଜଳନ୍ଧର ରଥ,ସମିଧାଚାର୍ଯ୍ୟ ଓ ଅଭିଷେକ ସର୍ବେଶ୍ୱର ଦାଶ, ଚରୁଆଚାର୍ଯ୍ୟ ହେମନ୍ତ କୁମାର ହୋତା, ପୂର୍ବ ଦ୍ୱାରାଚାର୍ଯ୍ୟ ଅଶୋକ କୁମାର ଷଡ଼ଙ୍ଗୀ ଦକ୍ଷିଣ ଦ୍ଵାରାଚାର୍ଯ୍ୟ ଦିବ୍ୟ ରଞ୍ଜନ ଦାଶ,ପଶ୍ଚିମ ଦ୍ଵାରାଚାର୍ଯ୍ୟ ଚିନ୍ମୟ କୁମାର ହୋତା ଉତ୍ତର ଦ୍ଵାରାଚାର୍ଯ୍ୟ ଅରୁପ ବିହାରୀ ଆଚାର୍ଯ୍ୟ ସ୍ବସ୍ତି ବାଚକ ଆଚାର୍ଯ୍ୟ ଗିରୀଶ ଚନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ବୈଦିକ ବ୍ରାହ୍ମଣ ମାନେ ବୈଦିକ କାର୍ଯ୍ୟ ପରିଚାଳନା କରିଥିବା ବେଳେ ଗ୍ରାମବାସୀଙ୍କ ତରଫରୁ ଅନ୍ୟ ସମସ୍ତ କାର୍ଯ୍ୟ ପରିଚାଳନା ହୋଇଥିଲା। ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.