ଓଲିଉଡ୍‌ରେ ଡେବ୍ୟୁ କରିବେ ଜ୍ୟୋତିର୍ମୟୀ

0

ରୋମାଣ୍ଟିକ୍ ଥ୍ରିଲର୍ ‘ରକ୍ତ କରବୀ’ରେ ନଜର ଆସିବେ

ଭୁବନେଶ୍ୱର: ମଡେଲିଂ, ଟେଲିଭିଜନ୍ ଧାରାବାହିକ ଓ ମ୍ୟୁଜିକ୍ ଭିଡିଓରେ ନିଜର ପରିଚୟ ସୃଷ୍ଟି କରିଥିବା ଜ୍ୟୋତିର୍ମୟୀ ଏବେ ଓଲିଉଡ୍‌ରେ ପାଦ ଥାପିବାକୁ ଯାଉଛନ୍ତି। ତାଙ୍କର ଡେବ୍ୟୁ ଫିଲ୍ମ ‘ରକ୍ତ କରବୀ’ ଏକ ରୋମାଣ୍ଟିକ୍ ଥ୍ରିଲର୍ ଚଳଚ୍ଚିତ୍ର ହେବ।

ଗୋଲ୍ଡେନ୍ ଆଇ ପ୍ରଡକ୍ସନ୍ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର ସୁଟିଂ ଆସନ୍ତା ସେପ୍ଟେମ୍ବର ମାସରୁ ଆରମ୍ଭ ହେବ। ପ୍ରଯୋଜନା ସଂସ୍ଥା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଫିଲ୍ମର ମୁଖ୍ୟ ସୁଟିଂ ଓଡ଼ିଶାର ବିଭିନ୍ନ ମନୋରମ ସ୍ଥାନ ସହିତ ଶିମଲାରେ କରାଯିବ।

ଏହାଛଡ଼ା ଚଳଚ୍ଚିତ୍ରର ଗୀତଗୁଡ଼ିକର ସୁଟିଂ ସିକ୍କିମ, ଭୁଟାନ ଓ ମାଲେସିଆର ଆକର୍ଷଣୀୟ ପରିବେଶରେ କରାଯିବାର ଯୋଜନା ରହିଛି, ଯାହା ଦର୍ଶକଙ୍କୁ ଏକ ଭିନ୍ନ ଭିଜୁଆଲ୍ ଅନୁଭୂତି ଦେବ।

ମଡେଲିଂ, ସିରିଅଲ୍ ଓ ମ୍ୟୁଜିକ୍ ଭିଡିଓରୁ ରୂପେଲି ପରଦାକୁ ଜ୍ୟୋତିର୍ମୟୀଙ୍କ ଏହି ଯାତ୍ରାକୁ ନେଇ ଦର୍ଶକଙ୍କ ମଧ୍ୟରେ ଏବେଠାରୁ ଉତ୍ସାହ ଦେଖାଦେଇଛି। ନୂଆ କାହାଣୀ, ମନୋରମ ଲୋକେସନ୍ ଏବଂ ନୂଆ ମୁହଁ ସହ ‘ରକ୍ତ କରବୀ’ ଓଲିଉଡ୍‌ର ଏକ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ହୋଇପାରେ।

Leave A Reply

Your email address will not be published.