ଶୁଳିଆ ପାହାଡ଼ ପାଦଦେଶରେ ତାଳ ମଞ୍ଜି ରୋପଣ

0


ଓଡ଼ଗାଁ, ୧୯।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବନାଞ୍ଚଳ ଅଧୀନ ଶୁଳିଆ ସଂରକ୍ଷିତ ଜଙ୍ଗଲର ଶୁଳିଆ ପାହାଡ଼ ପାଦଦେଶରେ ପ୍ରକୃତିର ସନ୍ତୁଳନ ରକ୍ଷା କରିବା ସହିତ ତାଳଗଛ ସଂଖ୍ୟା ବୃଦ୍ଧି କରିବା ଉଦ୍ଦେଶ୍ୟରେ ଶନିବାର ତାଳ ମଞ୍ଜି ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଓଡ଼ଗାଁ ବନବିଭାଗ ଏବଂ ପ୍ରକୃତି ମିତ୍ର ପୁରସ୍କାରପ୍ରାପ୍ତ ଗୋଡିପାଟଣା–ଶିମିଳିତଇଲା ଶୁଳିଆ ବନ ସୁରକ୍ଷା ସମିତିର ମିଳିତ ଆନୁକୂଳ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ଓଡ଼ଗାଁ ବନାଞ୍ଚଳ ଅଧିକାରୀ ଅଭିମନ୍ୟୁ ମଲିକ, ବ୍ଲକ କୃଷି ଅଧିକାରୀ ପ୍ରତିଭା ପ୍ରଧାନ ଏବଂ କୃଷି କର୍ମଚାରୀ ରାମଚନ୍ଦ୍ର ବେହେରା ପ୍ରମୁଖ ଯୋଗଦେଇ ତାଳ ମଞ୍ଜି ରୋପଣ କରିଥିଲେ। ବନ ସୁରକ୍ଷା ସମିତିର ସଭାପତି ବିଶ୍ୱମ୍ବର ପ୍ରଧାନଙ୍କ ସହ ଦିନବନ୍ଧୁ ସାହୁ, ଅନିଲ କୁମାର ଜେନା, ଆଲୋକ ଜେନା, ସୁଦର୍ଶନ ପ୍ରଧାନ, ପ୍ରିୟତମ ମାଝୀ ଓ ଅନ୍ୟାନ୍ୟ ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ। ସୂଚନାଯୋଗ୍ୟ, ସମୟକ୍ରମେ ତାଳଗଛର ସଂଖ୍ୟା ଦିନକୁ ଦିନ କମିଯାଉଥିବାରୁ ଏହାର ସଂରକ୍ଷଣ ଏବଂ ବ୍ୟାପକ ବୃକ୍ଷରୋପଣ ଉପରେ ବନବିଭାଗ ଗୁରୁତ୍ୱ ଦେଉଛି। ବିଶେଷଜ୍ଞଙ୍କ ମତାନୁସାରେ ତାଳଗଛ ବଜ୍ରପାତର ପ୍ରଭାବକୁ କମାଇବାରେ ସହାୟକ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ବଜ୍ରପାତଜନିତ ଜନଧନ କ୍ଷୟକ୍ଷତି ହ୍ରାସ ସହ ପରିବେଶ ସୁରକ୍ଷା ପାଇଁ ରାଜ୍ୟ ବନବିଭାଗ ପକ୍ଷରୁ ତାଳବଣ ସୃଷ୍ଟି ଅଭିଯାନକୁ ଗୁରୁତ୍ୱ ଦିଆଯାଉଛି।

Leave A Reply

Your email address will not be published.