ବଲାଙ୍ଗୀର,ନିରୋଜ ମିଶ୍ର: ବଲାଙ୍ଗୀର ଜିଲ୍ଲାର ଖୁଣ୍ଟପାଲି ଗ୍ରାମରେ ଅବସ୍ଥିତ ପ୍ରାୟ ୩୦୦ ବର୍ଷ ପୁରୁଣା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମନ୍ଦିରର ଉଚିତ ମୂଲ୍ୟାଙ୍କନ ଏବଂ ଅଧିଗୃହୀତ ଜମିର କ୍ଷତିପୂରଣ ପ୍ରଦାନ ପାଇଁ ପୂଜକ ପରିବାର ପକ୍ଷରୁ ଦାବି ଉଠିଛି।
ଖୁଣ୍ଟପାଲି ନିବାସୀ ଶ୍ରୀ ଅଭିମୁନ୍ୟ ମିଶ୍ରଙ୍କ କହିବାନୁସାରେ, ମହାପ୍ରଭୁଙ୍କ ଆବିର୍ଭାବ ଖୁଣ୍ଟପାଲି ଗ୍ରାମ ବସିବାର ପ୍ରାୟ ୨୧ ବର୍ଷ ପୂର୍ବରୁ ହୋଇଥିଲା। ସାଲେଘୋଟା ରାଜାଙ୍କ ଖୋମାରରେ ମହାପ୍ରଭୁଙ୍କ ପ୍ରତିଷ୍ଠା ହୋଇଥିବା ସେତେବେଳେ ମହାପ୍ରଭୁ ଙ୍କୁ ମଧ୍ୟ ଖୁଣ୍ଟପାଲିକୁ ଆଣାଯାଇଥିଲା କୃପାସିନ୍ଧୁ ମିଶ୍ରଙ୍କୁ ମହାପ୍ରଭୁଙ୍କ ସେବାର ଦାୟିତ୍ୱ ଦେଇଥିଲେ।
କୃପାସିନ୍ଧୁ ମିଶ୍ର ଗ୍ରାମବାସୀଙ୍କ ସହଯୋଗରେ ଗ୍ରାମ ମଝିରେ ମନ୍ଦିର ନିର୍ମାଣ କରି ମହାପ୍ରଭୁଙ୍କୁ ବିରାଜମାନ କରାଇଥିଲେ। ମିଶ୍ର ପରିବାର ପ୍ରାୟ ଦେଢ଼ଶହ ବର୍ଷରୁ ଅଧିକ ସମୟ ଧରି ପୁରୁଷାନୁକ୍ରମେ ମହାପ୍ରଭୁଙ୍କ ସେବା କରିଆସୁଛନ୍ତି।
ଲୋର୍ ଶୁକିଲ ଡ୍ୟାମ୍ ନିର୍ମାଣ ସମୟରେ ୨୦୦୪ ମସିହାରେ ମନ୍ଦିର ସମ୍ବନ୍ଧୀୟ ଜମି ଅଧିଗୃହୀତ ହୋଇଥିଲା। ୨୦୦୯ ମସିହାରେ କିଛି କ୍ଷତିପୂରଣ ରାଶି ପ୍ରଦାନ କରାଯାଇଥିଲେ ମଧ୍ୟ ପରେ ଅଡିଟ୍ ପରେ ରିକଭରି କେସ୍ କରାଯାଇଥିଲା। ଶ୍ରୀ ମିଶ୍ର ଏହା ବିରୋଧରେ ମାମଲା କରିଥିବା ବେଳେ ଗଛ, ଖୁଟା ଓ କୁଆଁର କ୍ଷତିପୂରଣ ପାଇବାକୁ ମଞ୍ଜୁରି ମିଳିଥିଲା। କିନ୍ତୁ ଜମିର କ୍ଷତିପୂରଣ ରାଶି ଏପର୍ଯ୍ୟନ୍ତ ପ୍ରଦାନ କରାଯାଇନଥିବା ସେ ଅଭିଯୋଗ କରିଛନ୍ତି।
ସେ ଆହୁରି କହିଛନ୍ତି ଯେ, ମାଉସୀ ମନ୍ଦିର ଓ ମହାଦେବ ମନ୍ଦିରର ମୂଲ୍ୟାଙ୍କନ ହୋଇଥିବା ସତ୍ତ୍ୱେ ଖୁଣ୍ଟପାଲି ଜଗନ୍ନାଥ ମନ୍ଦିରର ମୂଲ୍ୟାଙ୍କନ ହୋଇଛି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ସମ୍ପର୍କିତ କାର୍ଯ୍ୟାଳୟରେ ଖୋଜିବା ପରେ ମଧ୍ୟ ଏହାର ସଠିକ ତଥ୍ୟ ମିଳିନାହିଁ।
ବର୍ତ୍ତମାନ ପୂଜକ ପରିବାର ଅତ୍ୟନ୍ତ ଆର୍ଥିକ ଦୁରବସ୍ଥାରେ ରହିଛନ୍ତି। ମହାପ୍ରଭୁଙ୍କ ଦୈନନ୍ଦିନ ନୀତି, ପୂଜା ଓ ସେବା ଖର୍ଚ୍ଚ ନିଜ ଘରୁ ବହନ କରିବାକୁ ପଡ଼ୁଛି। ପୂର୍ବରୁ ମନ୍ଦିର ଜମିରୁ ବାର୍ଷିକ ଧାନ ଆୟ ହୁଏଥିଲା, ଯାହା ଠାକୁରଙ୍କ ସେବାର ମୂଳ ଆଧାର ଥିଲା। କିନ୍ତୁ ବର୍ତ୍ତମାନ ଦିନକୁ ପାଞ୍ଚ ଲିଟର ଧାନରେ ସେବା-ପୂଜା ଖର୍ଚ୍ଚ ସମ୍ଭବ ହେଉନାହିଁ।
ଏହେତୁ ଶ୍ରୀ ଅଭିମୁନ୍ୟ ମିଶ୍ର ଜିଲ୍ଲା ପ୍ରଶାସନଙ୍କୁ ଖୁଣ୍ଟପାଲି ଜଗନ୍ନାଥ ମନ୍ଦିରର ଅତିଶୀଘ୍ର ମୂଲ୍ୟାଙ୍କନ କରି ଉଚିତ କ୍ଷତିପୂରଣ ରାଶି ପ୍ରଦାନ କରିବାକୁ ଦାବି କରିଛନ୍ତି, ଯାହା ଫଳରେ ମହାପ୍ରଭୁଙ୍କ ନୀତି-ପୂଜା ସୁଚାରୁ ଭାବେ ଚାଲିପାରିବ ଏବଂ ପୂଜକ ପରିବାର ସମ୍ମାନଜନକ ଭାବେ ଜୀବନଯାପନ କରିପାରିବ।
Sign in
Sign in
Recover your password.
A password will be e-mailed to you.
Prev Post
ଉଖୁରା ପଞ୍ଚାୟତ ଅନୁକୁମ୍ବା ଗ୍ରାମରେ ଆୟୋଜିତ ମେଗା ଜନ ଅଭିଯୋଗ ଶୁଣାଣୀରେ ଲୋକଙ୍କ ଗୁହାରି ଶୁଣିଲେ ବିଧାୟକ
Next Post