ରାଜ୍ୟସ୍ତରୀୟ ପ୍ରାକୃତିକ ତନ୍ତୁ ଓ ଲୁପ୍ତପ୍ରାୟ ହସ୍ତଶିଳ୍ପ ପ୍ରଦର୍ଶନୀ ଉଦ୍ଘାଟିତ

0

ଭୁବନେଶ୍ୱର : ପ୍ରାକୃତିକ ତନ୍ତୁ ଓ ଲୁପ୍ତପ୍ରାୟ ହସ୍ତଶିଳ୍ପକୁ ଆଧାର କରି ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଅଧୀନସ୍ଥ ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶାଳୟ ମାଧ୍ୟମରେ ଚଳିତ ବର୍ଷ ଏକ ସ୍ୱତନ୍ତ୍ର ପ୍ରଦର୍ଶନୀୟୁନିଟ୍-୧ସ୍ଥିତ ଆଦିବାସୀ ପ୍ରଦର୍ଶନୀ ପଡ଼ିଆ, ଭୁବନେଶ୍ୱରଠାରେ ମାର୍ଚ୍ଚ ୧୩ ରୁ ୧୯ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯାଉଅଛି । ବୁଧବାର  ସନ୍ଧ୍ୟାରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍ କୁମାର ତ୍ରିପାଠୀ ଏହି ମେଳାକୁ ଉଦ୍ଘାଟନ କରିଛନ୍ତି । ଆମ ଓଡ଼ିଶା ଏକ ଉତ୍କୃଷ୍ଟ କଳାର ରାଜ୍ୟ । ୫୦ ଗୋଟି ହସ୍ତଶିଳ୍ପକୁ ଆଧାର କରି ଓଡ଼ିଶାର କାରିଗରମାନେ ବିଭିନ୍ନ ହସ୍ତଶିଳ୍ପ ସାମଗ୍ରୀ ଉତ୍ପାଦନ କରୁଅଛନ୍ତି । ଏହି ହସ୍ତଶିଳ୍ପ ପ୍ରଦର୍ଶନୀରେ ୭୦ ଗୋଟି ଷ୍ଟଲ୍ ନିର୍ମାଣ କରାଯାଇଛି ଓ ପ୍ରାୟ ୧୦୦ ଜଣ କାରିଗର/ସ୍ୱୟଂ ସହାୟକ ଗୋଷ୍ଠୀ/ସମବାୟ ସମିତିମାନେ ଅଂଶଗ୍ରହଣ କରୁଅଛନ୍ତି । ମୟୁରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା, କେନ୍ଦୁଝର, ଗଞ୍ଜାମ, ଯାଜପୁର, ଢେ଼ଙ୍କାନାଳ, ନୟାଗଡ଼, ଜଗତସିଂହପୁର, ଖୋର୍ଦ୍ଧା, ବାଲେଶ୍ୱର,ନବରଙ୍ଗପୁର, ସମ୍ବଲପୁର, କଟକ, ପୁରୀ ଓ କନ୍ଧମାଳ ଆଦି ଜିଲ୍ଲାର କାରିଗରମାନେ ଏହି ପ୍ରଦର୍ଶନୀରେ ଅଂଶଗ୍ରହଣ କରିଛନ୍ତିା

“”ପ୍ରାକୃତିକ ତନ୍ତୁ ହସ୍ତଶିଳ୍ପ” – ବିଭିନ୍ନ ପ୍ରାକୃତିକ ତନ୍ତୁରୁ ନିର୍ମିତ ହସ୍ତଶିଳ୍ପ ଯଥା – କତା, ହସ୍ତଶିଳ୍ପ, ଝୋଟ ନିର୍ମିତ ହସ୍ତଶିଳ୍ପ, ସବାଇ ଘାସ କାମ, କାଇଁଚ କାମ, ଛଣରୁ ତିଆରି ହସ୍ତଶିଳ୍ପ, ବେତ ଓ ବାଉଁଶ କାମ, ଗଛମୂଳରୁ ତିଆରି ହସ୍ତଶିଳ୍ପ, ତାଳପତ୍ର ତିଆରି ସାଜସଜ୍ଜା ଜିନିଷ, ଟସର ନିର୍ମିତ ହସ୍ତଶିଳ୍ପ ଏବଂ ଅନ୍ୟାନ୍ୟ ପ୍ରାକୃତିକ ତନ୍ତୁ ନିର୍ମିତ ହସ୍ତଶିଳ୍ପର ପ୍ରଦର୍ଶନ କରାଯାଇଛି । ସେହିପରି ଚିହ୍ନଟ କରାଯାଇଥିବା “”ଲୁପ୍ତପ୍ରାୟ ହସ୍ତଶିଳ୍ପ” ଗୁଡ଼ିକ ହେଲା କାରୁକାର୍ଯ୍ୟପୂର୍ଣ୍ଣ ଚମଡ଼ା କାମ, ଗୁଆକାମ, ପିତ୍ତଳ ମାଛ, ଗୋପା କାମ, ଶିଂଘ କାମ, ଜୟଖାଡ଼ି କାମ, କିଆ ପତ୍ର କାମ, ଲାଖ କାମ, ଧାନରୁ ତିଆରି ହସ୍ତଶିଳ୍ପ, ସୋଲ କାମ, ଚିତ୍ରିତ କାଠ କଣ୍ଢେଇ , ଗଞ୍ଜପା, ଡ଼ଙ୍ଗରିଆ ସାଲ୍, ସଉରା ଚିତ୍ର ଇତ୍ୟାଦି ପ୍ରଦର୍ଶନୀରେ ସ୍ଥାନ ପାଇଛି । ଭାରତୀ ନୃତ୍ୟ ମନ୍ଦିର ଅନୁଷ୍ଠାନ ତରଫରୁ ଗୁରୁ ଭାଗୀରଥୀ ଗିରିଙ୍କ ନିର୍ଦ୍ଦେଶନାରେ ଓଡ଼ିଶୀ ନୃତ୍ୟ ଏବଂ ସମ୍ବଲପୁରୀ ଲୋକନୃତ୍ୟ ପରିବେଷଣ କରାଯାଇଥିଲାା 

ଏହି ଉଦ୍ଘାଟନୀ ଉତ୍ସବରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ସଚିବ ଶ୍ରୀମତୀ ଶୁଭା ଶର୍ମା, ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶକ ଶ୍ରୀ ବି.କେ. ଦାସ, ବୟନିକାର ପରିଚାଳନା ନିର୍ଦ୍ଦେଶକ ବିକାଶ ଚନ୍ଦ୍ର ମହାପାତ୍ର, ଉତ୍କଳିକାର ପରିଚାଳନା ନିର୍ଦ୍ଦେଶକ ସତ୍ୟରଞ୍ଜନ ସାହୁ, ସିଡାକ୍ର ସଦସ୍ୟ ସଚିବ ସିତିକାନ୍ତ ଷଡଙ୍ଗୀଙ୍କ ସମେତ ବିଭିନ୍ନ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ । ମେଳା ପ୍ରତ୍ୟହ ଦିବା ୨.୦୦ ଘଟିକାରୁ ରାତ୍ର ଘ.୯.୩୦ମି. ସମୟ ପର୍ଯ୍ୟନ୍ତ ଖୋଲା ରହିବ । ପ୍ରତ୍ୟୟ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା 

Leave A Reply

Your email address will not be published.