ଓଡ଼ିଶା ସ୍କୁଲ, କଲେଜ ଶିକ୍ଷକ କର୍ମଚାରୀ ସମନ୍ୱୟ ସମିତିର ନ୍ୟାଯ୍ୟ ଦାବି ହାସଲ ଲାଗି ମହାଆନ୍ଦୋଳନ ଲାଗି ପ୍ରସ୍ତୁତି ବୈଠକ।
କେନ୍ଦୁଝର,ତା୧୮/୭- ଆଜି ତା୧୯/୭/୨୦୨୬ ରିଖ ରବିବାର କେନ୍ଦୁଝରର ଶିକ୍ଷକ ଭବନ ଠାରେ ଓଡ଼ିଶା ସ୍କୁଲ ,କଲେଜ ଶିକ୍ଷକ କର୍ମଚାରୀ ସମନ୍ବୟ ସମିତିର ଏକ ମିଳିତ ସଭା କେନ୍ଦୁଝର ଜିଲ୍ଲାର ଓଷ୍ଟା ସଂଗଠନର ସଂପାଦକଙ୍କ ଆବାହକତ୍ଵରେ ତଥା କେନ୍ଦୁଝର ଜିଲ୍ଲା ଓଷ୍ଟା ସଂଗଠକର ସଭାପତି ଶ୍ରୀଯୁକ୍ତ ମନ୍ମଥ ନାଥ ମହାନ୍ତଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟ ଓଷ୍ଟା ସଂଗଠନର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଅଶୋକ କୁମାର ମହାପାତ୍ର ମୂଖ୍ୟ ଅତିଥି ,ରାଜ୍ୟ ଓଷ୍ଟା ସଂଗଠନର ଯୁଗ୍ମ ସାଧାରଣ ସଂପାଦକ ଶ୍ରୀଯୁକ୍ତ ବ୍ରଜ କିଶୋର ବିଶ୍ଵାଳ, ଅଲ୍ଓଷ୍ଟାର ରାଜ୍ୟ ନେତୃତ୍ବ ଶ୍ରୀଯୁକ୍ତ ମାଧବାନନ୍ଦ ପଣ୍ଡା , ରାଜ୍ୟର ୪୪୮ କଲେଜ ଡେମୋନଷ୍ଟ୍ରେଟର ବର୍ଗର ପ୍ରତିନିଧି ଶ୍ରୀଯୁକ୍ତ ତାପସ କୁମାର ଜେନା , ମାଦ୍ରାସା ବର୍ଗର ଶ୍ରୀଯୁକ୍ତ ମହମ୍ମଦ ମୁଦ୍ଦାଶିର , ଏନପିଏସ ବର୍ଗର ଶ୍ରୀଯୁକ୍ତ ଆନନ୍ଦ ଚନ୍ଦ୍ର ନାୟକ , ହିନ୍ଦୀ ଶିକ୍ଷକ ସଂଗଠନର ପ୍ରତିନିଧି ଶ୍ରୀଯୁକ୍ତ ଦୁର୍ଯ୍ୟୋଧନ ଜେନା , ସଂସ୍କୃତ ଶିକ୍ଷକ ସଂଗଠନର ପ୍ରତିନିଧି ଶ୍ରୀଯୁକ୍ତ ବିଜୟ କୁମାର ନାୟକ । ଅମଲା ସଂଘର ପ୍ରତିନିଧି ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ , ଜିଲ୍ଲା ଓଷ୍ଟା କେନ୍ଦୁଝରର ଉପଦେଷ୍ଟା ମଣ୍ଡଳୀ ଯଥା ଶ୍ରୀଯୁକ୍ତ ଶାନ୍ତନୁ କୁମାର ମିଶ୍ର , ଶ୍ରୀଯୁକ୍ତ କ୍ଷୀରୋଦ କୁମାର ରାଉତ, ଶ୍ରୀଯୁକ୍ତ ରଘୁନାଥ ବେହେରା , ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମିଶ୍ର, ରାଜ୍ୟ ଓଷ୍ଟା ର ଉପଦେଷ୍ଟା ଶ୍ରୀଯୁକ୍ତ ଭିକାରୀ ଚରଣ ସାହୁ , କେନ୍ଦୁଝର ଜିଲ୍ଲାର ରାଜ୍ୟକାରିଣୀ ସଭ୍ୟ ଶ୍ରୀଯୁକ୍ତ ଜ୍ଞାନେନ୍ଦ୍ର କୁମାର ଦେଓ , ରାଜ୍ୟ ଓଷ୍ଟା ସଙ୍ଗଠନର ସହ ସଂପାଦକ ଶ୍ରୀଯୁକ୍ତ ମୃତ୍ୟୁଞ୍ଜୟ ପଲେଇ ଇତ୍ୟାଦି ଅତିଥି ଭାବେ ଉପସ୍ଥିତ ଥିଲେ । ସଭାରେ ଜିଲ୍ଲା ଓଷ୍ଟା ସଂଗଠନର ବିଭିନ୍ନ କର୍ମ କର୍ତ୍ତା, ବିଭିନ୍ନ ବ୍ଳକର ସଂପାଦକ ତଥା ବିଭିନ୍ନ ବର୍ଗର ସ୍କୁଲ କଲେଜର ଶିକ୍ଷକ/ଶିକ୍ଷୟତ୍ରୀ, ଅଧ୍ୟାପକ/ଅଧ୍ୟାପିକା, ଶିକ୍ଷା କର୍ମଚାରୀ ବୃନ୍ଦ ବହୁ ସଂଖ୍ୟାରେ ଉପସ୍ଥିତ ହୋଇଥିଲେ। ଏହି ସଭାରେ ସମସ୍ତ ବର୍ଗର କର୍ମଚାରୀମାନଙ୍କର ଚାକିରିର ସର୍ତ୍ତାବଳୀ, ଅଣଅନୁଦାନପ୍ରାପ୍ତ ବିଦ୍ୟାଳୟ ଓ କଲେଜ ମାନଙ୍କୁ ଅନୁଦାନ ତଥା ସମସ୍ତ କର୍ମଚାରୀ ମାନଙ୍କୁ ପେନସନ୍ ପାଇବା ପାଇଁ ଆଗାମୀ ଦିନରେ ଲୋୟର ପିଏମଜି ଭୁବନେଶ୍ବର ଠାରେ ହେବାକୁ ଯାଉଥିବା ଆନ୍ଦୋଳନକୁ ମହା ଆନ୍ଦୋଳନରେ ପରିଣତ କରି ସରକାରଙ୍କ ଠାରୁ ପ୍ରାପ୍ୟ ଦାବି ଗୁଡିକୁ ହାସଲ କରିବା ପାଇଁ ବିଭିନ୍ନ ତରିକାମାନ ପ୍ରସ୍ତୁତ କରାଯାଇଛି ।