ପଦ୍ମପୁର/ ଶିବାଶିଷ ପଟ୍ଟନାୟକ:- ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଠାରେ ମାତୃଭାରତୀର ପୁନର୍ଗଠନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାତୃଭାରତୀ ଅଧ୍ୟକ୍ଷ ଶ୍ରୀମତୀ ସଂଗୀତା ବିଶି, ଉପାଧ୍ଯକ୍ଷ ଶ୍ରୀମତୀ ରୁକ୍ମଣୀ ସାହୁ,ଆର୍ଥିକ ପ୍ରମୁଖ ଶ୍ରୀମତୀ ଗୀତୁ ମିଶ୍ର ଉପସ୍ଥିତ ରହି ଦୀପ ପ୍ରଜ୍ଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମଟିକୁ ଆଗେଇ ନେଇଥିଲେ । ମାତୃ ଭାରତୀର ନିର୍ଦ୍ଦେଶିକା ମାନନୀୟା ଶ୍ରୀମତୀ ମୋନାଲିସା ସ୍ୱାଇଁ ଉପସ୍ଥିତ ରହି ପୁନର୍ଗଠିତ ମାତୃଭାରତୀ ସଦସ୍ୟାଙ୍କୁ ମାର୍ଗଦର୍ଶନ ଦେଇଥିଲେ । ସହସଂଯୋଜିକା ସୁଶ୍ରୀ ମିନତି ପଟ୍ଟନାୟକ ଗୁରୁମା ଅତିଥି ମାନଙ୍କର ପରିଚୟ ପ୍ରଦାନ ପୂର୍ବକ ସମସ୍ତ ସଦସ୍ୟଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରିବା ସହିତ ମାତୃଭରତୀର କ୍ରିୟାଶୀଳତା ଉପରେ ଦୃଷ୍ଟି ଆକର୍ଷଣ କରିଥିଲେ। ସଂଯୋଜିକା ଶ୍ରୀମତୀ କଲ୍ୟାଣୀ ମିଶ୍ର ମାତୃଭାରତୀର ଉଦ୍ଦେଶ୍ୟ ଜ୍ଞାପନ କରି ମାତୃଭାରତୀ ଦ୍ୱାରା ସଂସ୍କାରକେନ୍ଦ୍ର ଗଠନ କରିବା ପାଇଁ ପ୍ରସ୍ତାବ ରଖିଥିଲେ।ଶ୍ରୀମତୀ ସୁଷମା ବିଶ୍ୱାଳ ଗୁରୁମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶ୍ରୀମତୀ ମମତା ଗଡତିଆ ଗୁରୁମା ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ୩୫ଜଣ ମାତୃଭାରତୀ ସଦସ୍ୟା ଯୋଗ ଦେଇଥିଲେ।