ବେଲଗୁଣ୍ଠା- 19/7-: (ଶିବରାମ ଚୌଧୁରୀ )-ମନ୍ଦିର ମାଳିନୀ ତଥା ସଂସ୍କୃତି ସମ୍ପନ୍ନ ସହର ବେଲଗୁଣ୍ଠାରେ ଚଳଚଞ୍ଚଳ ହୋଇଉଠିଛି ଶ୍ରୀଗୁଣ୍ଡିଚା ମନ୍ଦିର। ପବିତ୍ର ଘୋଷଯାତ୍ରା ପରେ ଗୁଣ୍ଡିଚା ମନ୍ଦିର ବା ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଦୈନନ୍ଦିନ ରୀତିନୀତି ଅନୁଯାୟୀ ପ୍ରତିଦିନ ଭିନ୍ନ ଭିନ୍ନ ଦେବଦୁର୍ଲଭ ବେଶ ଅନୁଷ୍ଠିତ ହେଉଛି।
ଏହି ପରିପ୍ରେକ୍ଷୀରେ ଆଜି ବାଲିଡିସାହି ଆଡପ ମଣ୍ଡପ ଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ନରସିଂହ ବେଶ ଅନୁଷ୍ଠିତ ହୋଇଥିବା ବେଳେ ବଡ଼ଦାଣ୍ଡ ଆଡପ ମଣ୍ଡପରେ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶ ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କ ଏହି ଅପୂର୍ବ ବେଶ ଦର୍ଶନ କରି ଭକ୍ତମାନେ ଭାବବିହ୍ୱଳ ହୋଇପଡ଼ିଛନ୍ତି। ବିଶ୍ୱାସ ରହିଛି ଯେ, ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦଶାବତାର ରୂପରେ ଦର୍ଶନ କଲେ କୋଟି ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ।
ଶ୍ରୀଜୀଉମାନଙ୍କର ଏହି ଦେବଦୁର୍ଲଭ ବେଶ ଦର୍ଶନ ପାଇଁ ପ୍ରତିଦିନ ସନ୍ଧ୍ୟା ସମୟରେ ଆଡପ ମଣ୍ଡପରେ ଶତାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେଉଛି। ବିଶେଷ କରି ସନ୍ଧ୍ୟା ଆରତୀ ସମୟରେ ଭକ୍ତଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ହରିବୋଲ, ହୁଳହୁଳି ଏବଂ ଶଙ୍ଖ ଧ୍ୱନିରେ ସାରା ଅଞ୍ଚଳ ଆଧ୍ୟାତ୍ମିକମୟ ହୋଇଉଠିଛି। ଆଗାମୀ ଦିନଗୁଡ଼ିକରେ ମହାପ୍ରଭୁଙ୍କ ଆହୁରି ଅନେକ ଆକର୍ଷଣୀୟ ବେଶ ଅନୁଷ୍ଠିତ ହେବାକୁ ଅଛି ।
Sign in
Sign in
Recover your password.
A password will be e-mailed to you.