ଆଗରୁ ଗୋପନରେ କରୁଥିଲେ, ଏବେ ଓପନରେ କରିବେ |

0

 ଗୋପବନ୍ଧୁ ହେଲେ ନବୀନଙ୍କ ରାଜନୈତିକ ସଚିବ 

ନବୀନ ନିବାସରେ ମିଶ୍ରଣ ହେଉ ବା ସାକ୍ଷାତ, ଗତ କିଛି ଦିନ ହେବ ନବୀନ ବାବୁଙ୍କ ପାଖେ ପାଖେ ଦେଖା ଯାଉଥିବା ପରିଚିତ ଚେହେରା ତଥା ଏକଦା ତୃତୀୟ ମହଲାର ପ୍ରଭାବଶାଳୀ ଅଧିକାରୀ ଡ଼ ଗୋପବନ୍ଧୁ ଦାଶଙ୍କୁ ମିଳିଛି ଗୁରୁତ୍ୱପୂର୍ଣ ବିଧିବଦ୍ଧ ନିଯୁକ୍ତି | ଅବସରପ୍ରାପ୍ତ ପ୍ରଶାସକ ଡ. ଦାଶଙ୍କୁ ସରକାରୀ ଚାକିରୀରେ ଥିବା ବେଳେ ମଧ୍ୟ ନବୀନ ନିବାସ ଓ ତୃତୀୟ ମହଲରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ କାର୍ଯ୍ୟକ୍ରମ ଦାୟିତ୍ୱରେ ରହୁଥିଲେ | ହେଲେ ଆଗରୁ ପରଦା ଆଢ଼ୁଆଲରେ ବା  ଗୋପନରେ କରୁଥିଲେ , ହେଲେ ଏବେ ଖୋଲାଖୋଲି  ଓପନରେ କରିବେ  | ଅନ୍ୟ ଅଧିକାରୀଙ୍କ ତୁଳନାରେ ରାଜନେତାଙ୍କ ଜଣେ ଅଧିକ ଗ୍ରହଣୀୟ ଅଧିକାରୀ | କୌଣସି ରାଜନୈତିକ ସମସ୍ୟା ଉପର ମହଲରେ ଭେଟିବାର ସୁଯୋଗ ଯେହେତୁ କମ, ତେଣୁ  ଅସନ୍ତୁଷ୍ଟ ନେତା, ଯୁବ ନେତା ତାଙ୍କୁ ମିଶି ପାରୁଥିଲେ ଓ ସମସ୍ୟା କହି ପାରୁଥିଲେ | ଆଉ ପରିସ୍ଥିତି ମ୍ୟନେଜେ  କରିବାରେ ଗୋପବନ୍ଧୁ ବାବୁ ସିଦ୍ଧହସ୍ତ | ଆଉ ତାଙ୍କ କାର୍ଯ୍ୟ ଦକ୍ଷତାକୁ ବିଚାରକୁ ନେଇ ତାଙ୍କୁ ବର୍ତ୍ତମାନ ଭଳି ଏକ ଘଡି ସନ୍ଧି ମୁହୂର୍ତ୍ତରେ ଅବାସର ପରେ  ବିଜେଡି ସଭାପତି ବା ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଭାବେ ନିଯୁକ୍ତି ମିଳିଛି | ଅତ୍ୟନ୍ତ ଆମାୟିକ ଅଧିକାରୀ ଭାବେ ଜଣାଶୁଣା ଡ଼ ଦାଶଙ୍କ ନିୟୁକ୍ତିକୁ ନେଇ ଦଳୀୟ ମହଲରେ ସନ୍ତୋଷ ପ୍ରକାଶ ପାଇଛି |  ଦଳର ବହୁ ନେତା, ଯୁବ ଛାତ୍ର ପ୍ରତିନିଧି ନବୀନ ନିବାସରେ ଡ. ଦାଶଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି | ମୋଟା ମୋଟୀ ଭାବେ ଗୋପବନ୍ଧୁ ବାବୁ ଯାହା କରୁଥିଲେ ସେଇଆ କରିବେ,  ଫରକ କେବଳ ଏତିକି , ଆଗରୁ ତୃତୀୟ ମହଲରେ ଅତିରିକ୍ତ ସଚିବ ଥିଲେ, ଏବେ ନବୀନ ନିବାସରେ ରାଜନୈତିକ ସଚିବ | ଆଗରୁ ଗୋପନରେ କରୁଥିଲେ, ଏବେ ଓପନରେ କରିବେ |

Leave A Reply

Your email address will not be published.