ଜିଲ୍ଲାରେ ମୋଟ ୪,୧୨, ୩୩୧ ଭୋଟରଙ୍କ ପାଇଁ  ୫୭୩ଟି ମତଦାନ କେନ୍ଦ୍ର : ଜିଲ୍ଲାପାଳ 

0

 ଆଗାମୀ ସାଧାରଣ ନିର୍ବାଚନକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ସାମ୍ୱାଦିକ ସମ୍ମିଳନୀ

ପାରଳାଖେମୁଣ୍ଡିରୁ ବାଳକୃଷ୍ଣ ପାଣିଗ୍ରାହୀ : ଆଗାମୀ ସାଧାରଣ ନିର୍ବାଚନକୁ ନେଇ ବିଧିବଦ୍ଧ ଭାବେ ତାରିଖ ଘୋଷଣା ହେବା ପରେ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅନୁପମ ସାହା ଅଧ୍ୟକ୍ଷତା କରି ସୂଚନା ଦେଇ କହିଥିଲେଯେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ଭାରତୀୟ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇଁ ତାରିଖ ଘୋଷଣା ହେବା ସହ ଆଦର୍ଶ ଆଚରଣ ବିଦ୍ଧି ଲାଗୁ ହୋଇଛି । ଓଡିଶାରେ ଚାରିଗୋଟି ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟର ଏପ୍ରିଲ ୧୧ ତାରିଖରେ ବ୍ରହ୍ମପୁର ଲୋକସଭା ସମେତ ଏହାର ଅନ୍ତର୍ଗତ ଗଜପତି ଜିଲ୍ଲା ମୋହନା(୧୩୬ନଂ) ଏବଂ ପାରଳାଖେମୁଣ୍ଡି (୧୩୭ନଂ), ବିଧାନସଭା ନିର୍ବାଚନ ମଣ୍ଡଳୀରେ ମତଦାନ ଅନୁଷ୍ଠିତ ହେବ । 

http://www.youtube.com/watch?v=A-H0hE9dQlw 

ଆସନ୍ତା ଏପ୍ରିଲ ୧୧ ତାରିଖଦିନ ପ୍ରଥମ ପର୍ଯ୍ୟାୟ ମତଦାନ ହେବାକୁ ଥିବା ବେଳେ ଏହି ପରିପ୍ରେକ୍ଷୀରେ ବିଜ୍ଞପ୍ତି ପ୍ରକାରେ ମାର୍ଚ୍ଚ ୨୫ ତାରିଖରେ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ କରାଯାଇଛି । ସେହି ଭଳି ଯାଞ୍ଚ ପରୀକ୍ଷା ମାର୍ଚ୍ଚ ୨୬ତାରିଖ ଏବଂ ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ତାରିଖ ମାର୍ଚ୍ଚ ୨୮ ରହିଛି ବୋଲି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଥିଲେ ।  ଏହି ପରିପ୍ରେକ୍ଷୀରେ ଆହୁରି ଅଧିକ ସୂଚନା ଦେଇ ଜିଲ୍ଲାପାଳ ଶ୍ରୀ ସାହା କହିଥିଲେଯେ ଗତ ୧୦ ତାରିଖ ସନ୍ଧ୍ୟା ୫ଟାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଥିବା ଯୋଗୁଁ ଏମ ସି ସି ଗାଇଡ ଲାଇନ ପ୍ରକାରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲାଗିଥିବା ରାଜନୈତିକ ପୋଷ୍ଟେର ଓ ବ୍ୟାନର ସବୁ ହଟାଯାଇଛି । ରାଜନୈତିକଦଳଗୁଡିକ କୌଣସି ସଭାସମିତି ଓ ସଭାଯାତ୍ରା କରିବାକୁ ଥିଲେ ସେମାନଙ୍କୁ ନିର୍ବାଚନ ଆଇନ ଅନୁଯାୟୀ ଅନୁମତି ନେବାକୁ ହେବ । ପ୍ରତ୍ୟେକ ବିଧାୟକ ପ୍ରାର୍ଥୀ ଏବଂ ସାଂସଦ ପ୍ରାର୍ଥୀଙ୍କ ଖର୍ଚ୍ଚବାର୍ଚର ଟିକିନିଖି ତଥ୍ୟ ରଖିବା ପାଇଁ ଆୟୋଗ ପକ୍ଷରୁ ନିଷ୍ପତି ନିଆଯାଇଥିବା ବେଳେ ସମସ୍ତ ପ୍ରାର୍ଥୀଙ୍କ ଖର୍ଚ୍ଚର ଏକ ନିର୍ଦ୍ଦିଷ୍ଟପରିମାଣ ଧାର୍ଯ୍ୟ ହୋଇଛି । ଗଜପତି ଜିଲ୍ଲାରେ ମୋଟ ୪ଲକ୍ଷ ୧୨ ହଜାର ୩୩୧ ଭୋଟର ରହିଥିବା ବେଳେ ସେମାନଙ୍କ ପାଇଁ ମୋଟ ୫୭୩ଟି ମତଦାନ କେନ୍ଦ୍ରରେ ଭୋଟିଂ ବ୍ୟବସ୍ଥା ହୋଇଛି । ମୋହନା(୧୩୬)ରେ ୨୯୭ ଏବଂ ପାରଳାଖେମୁଣ୍ଡି (୧୩୭ନଂ)ରେ ୨୭୬ଟି ମତଦାନ କେନ୍ଦ୍ର ରହିଛି । ଗଜପତି ଜିଲ୍ଲାରେ ସାଧାରଣ ନିର୍ବାଚନକୁ ଅବାଦ ଓ ନିରପେକ୍ଷ ଓ ଶାନ୍ତିଶୃଙ୍ଖଳାର ସହ ପରିଚାଳନା ଓ ସମ୍ପାଦନା କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୭ଗୋଟି ବ୍ଲକରେ ୭ଜଣ ଜିଲ୍ଲା ସ୍ତରୀୟ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି । ଏମାନେ ସଂପୃକ୍ତ ବ୍ଲକର ତହସିଲଦାର ଓ ବିଡିଓଙ୍କ ନିର୍ଦେଶାନୁସାରେ ଏମ ସି ସି କାର୍ଯ୍ୟକ୍ରମକୁ ଜାରି ରଖିଥିବା ଜିଲ୍ଲାପାଳ ଶ୍ରୀ ସାହା କହିଥିଲେ ।

 

 

Leave A Reply

Your email address will not be published.