ରାଉରକେଲା,(ବସନ୍ତ କୁମାର ଜେନା): ପ୍ଲାଣ୍ଟସାଇଟ ଥାନା ପୋଲିସ ଏକ ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୯ ଜଣଙ୍କୁ ଗିରଫ କରିଛି। ଏହି ଘଟଣାରେ ପ୍ଲାଣ୍ଟସାଇଟ ଥାନା କେସ୍ ନଂ-୭୨୭, ତାରିଖ ୧୨.୦୭.୨୦୨୬ ଅନୁଯାୟୀ ଓଡ଼ିଶା ଗେମିଂ ପ୍ରିଭେନସନ୍ (OGP) ଆକ୍ଟର ଧାରା-୩ ରେ ମାମଲା ରୁଜୁ କରାଯାଇଛି।
ପୋଲିସ ସୂଚନା ଅନୁଯାୟୀ, ଟ୍ରାଫିକ୍ ଗେଟ୍ ପାର୍କିଂ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ଚଢ଼ାଉ କରାଯାଇଥିଲା। ଏଥିରେ ସନି ଚୌଧୁରୀ, ଶ୍ରାବଣ କୁମାର ରାମ, ଫାର୍ଦ୍ଦିନ ଖାନ, ସୁଧାଂଶୁ ରାୟ, ଧରମନାଥ ଗୁପ୍ତା, ନକୁଳ ସାହୁ, ରାଜେଶ ସେନାପତି, ଭାଗୀରଥୀ ପ୍ରମାଣିକ ଓ ଏମ୍.ଡି. ରାଜିମଙ୍କୁ ଗିରଫ କରାଯାଇଛି।
ଅଭିଯୁକ୍ତମାନଙ୍କ ନିକଟରୁ ଏକ ପ୍ୟାକେଟ୍ ତାସ, ନଗଦ ୧୮,୮୧୦ ଟଙ୍କା ଏବଂ ୭ଟି ମୋବାଇଲ ଫୋନ ଜବତ କରାଯାଇଛି।
ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।
Sign in
Sign in
Recover your password.
A password will be e-mailed to you.