ଓଡ଼ଗାଁ ୧୨।୭(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଳକ ଅଞ୍ଚଳର ଭୂତଳ ଜଳସ୍ତର କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି। ଏହାର ପ୍ରମୁଖ କାରଣ ହେଉଛି ଅନାବଶ୍ୟକ କଂକ୍ରିଟ ଆଛାଦନ, ଅନିୟନ୍ତ୍ରିତ କୋଠାବାଡ଼ି ନିର୍ମାଣ, ଅନିୟମିତ ବର୍ଷା, ଜଙ୍ଗଲ କ୍ଷୟ ଏବଂ ବିଚାରହୀନ ଭୂତଳ ଜଳ ଉତ୍ତୋଳନ। ଫଳରେ ଅନେକ ସ୍ଥାନରେ ଜଳ ସଙ୍କଟ ଦେଖାଦେଉଛି। ଅନେକ କ୍ଷେତ୍ରରେ ଲୋକମାନେ ପିଇବା ପାଣି ପାଇଁ ହାହାକାର କରୁଛନ୍ତି। ଅଥଚ ଅନ୍ୟପଟେ ଅସାବଧାନତା ଓ ଅବହେଳା କାରଣରୁ ପ୍ରତିଦିନ ବହୁ ପରିମାଣର ଜଳ ଅଯଥାରେ ନଷ୍ଟ ହେଉଛି। କେଉଁଠି ଟ୍ୟାପ ଖୋଲା ପଡ଼ିରହୁଛି, ତ କେଉଁଠି ସଚେତନତା ଅଭାବରୁ ଜଳର ଅପଚୟ ଘଟି ଚାଲିଛି। ଜଳ କାହାର ବ୍ୟକ୍ତିଗତ ସମ୍ପତ୍ତି ନୁହେଁ । ଏହା ସମସ୍ତଙ୍କର ଅମୂଲ୍ୟ ସମ୍ପଦ। ତେଣୁ କେବଳ ସଚେତନତା ନୁହେଁ, ଜଳର ଅପଚୟ ରୋକିବା ପାଇଁ ଆବଶ୍ୟକ ସ୍ଥାନରେ କଠୋର କଟକଣା ଓ ଆଇନର କାର୍ଯ୍ୟକାରୀ ହେବା ଜରୁରୀ ଆବଶ୍ୟକତା ରହିଛି। ନଚେତ୍ ସମୟ ଚାଲିଗଲା ପରେ ଅନୁତାପ କରି କୌଣସି ଲାଭ ହେବ ନାହିଁ। ଆଜି ଯଦି ଆମେ ଜଳର ଅପଚୟ ବନ୍ଦ ନକରିବା, ତେବେ ଆସନ୍ତା ଦିନରେ ଦିଲ୍ଲୀ ଓ ବେଙ୍ଗାଲୁରୁ ପରି ଗୁରୁତର ଜଳ ସଙ୍କଟର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆମ ଅଞ୍ଚଳ, ଆମ ଜିଲ୍ଲା ଏବଂ ସମଗ୍ର ଓଡ଼ିଶା ମଧ୍ୟ ଏହି ବିପଦର ଦ୍ୱାରଦେଶରେ ଠିଆ ହୋଇଛି। ତେଣୁ ସମସ୍ତେ ମିଳି ଜଳ ସଂରକ୍ଷଣକୁ ଏକ ସାମାଜିକ ଦାୟିତ୍ୱ ଭାବେ ଗ୍ରହଣ କରିବା ପାଇଁ ପ୍ରକୃତି ବନ୍ଧୁ ସୁକାନ୍ତ ଚୈ।ଧୁରୀ ସମସ୍ତ ଭଉଣୀ ଭାଇ ମାନଙ୍କୁ ନିବେଦନ କରିଛନ୍ତି ।
Sign in
Sign in
Recover your password.
A password will be e-mailed to you.