ରୋଟାରୀ କ୍ଲବ ମିଡୋଜ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

0

ଭୁବନେଶ୍ୱର: ଆଜି ଲବଣଗିରି ଜଗନ୍ନାଥ ମନ୍ଦିର ପରିସରରେ ରୋଟାରୀ କ୍ଲବ ମିଡୋଜ ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି |

ପୌରାଣିକ ପ୍ରସିଦ୍ଧ କୁଞ୍ଜବନ ଢାଞ୍ଚା ରେ ପ୍ରତିଷ୍ଠିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ଦ୍ୱାରା ଲବଣଗିରି ଜଗନ୍ନାଥ ମନ୍ଦିର ଚତୁଃର୍ପାଶ୍ୱରେ ଘଞ୍ଚ ସବୁଜିମା ପ୍ରସ୍ତୁତ କରାଯିବାର ଲକ୍ଷ ରଖାଯାଇଅଛି |

କ୍ଲବ ସଭାପତି ରୋଟାରୀଆନ ବିକାଶ ଗରାବଡୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଆଜିର ଏହି କାର୍ଯ୍ୟକ୍ରମରେ ରୋଟାରୀ ଜିଲ୍ଲା 3262 ପ୍ରାନ୍ତଃପାଳ ରୋଟାରୀଆନ ଅନିଲ କୁମାର ସାମଲ , ହାଇଟେକ ସମୂହର ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀ ଓ ଯୁବ ସମାଜସେବୀ ମନ୍ମଥ କୁମାର ରାଉତରାୟ ଯୋଗଦାନ କରି ବୃକ୍ଷରୋପଣର ଉପାଦେୟତା ବର୍ଣ୍ଣନା କରିଥିଲେ |

ଆଗାମୀ ଦିନମାନଙ୍କରେ କ୍ଲବ ପକ୍ଷରୁ ଏହିଭଳି ବିଭିନ୍ନ ପରିବେଶ ସଚେତନତା ତଥା ବିଭିନ୍ନ ସମାଜ ମଙ୍ଗଳ କାର୍ଯ୍ୟକ୍ରମ ଜାରିରହିବ ବୋଲି କ୍ଲବ ସମ୍ପାଦକ ରୋଟାରିଆନ ଦୀପକ କୁମାର ଜେନା ପ୍ରକାଶ କରିଛନ୍ତି |

Leave A Reply

Your email address will not be published.