୧୪ ନମ୍ବର ଜିଲ୍ଲା ପରିଷଦଙ୍କ ସ୍ବାମୀଙ୍କୁ ଦଉଡିରେ ବାନ୍ଧି ଘୋଷାରି ଘୋଷାରି ପିଟିଲେ ଗ୍ରାମବାସୀ।

0

ସୋସିଆଲ ମିଡ଼ିଆ ରେ ଭିଡିଓ ଭାଇରାଲ.ଉଭୟ ପକ୍ଷରୁ ଥାନା ରେ ଅଭିଯୋଗ।

ବସ୍ତା ୧୨/୭:ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକର ୧୪ ନମ୍ବର ଜୋନର ଜିଲ୍ଲା ପରିଷଦ ବିଷ୍ଣୁପ୍ରିୟା ବୁଗୁଡିଙ୍କ ସ୍ବାମୀ ସଞ୍ଜୟ କୁମାର ବୁଗୁଡିଙ୍କୁ କୁଣ୍ଡପୁର ଗ୍ରାମରେ ଆକ୍ରମଣ,ସୋସିଆଲ ମିଡ଼ିଆ ରେ ଭିଡିଓ ଭାଇରାଲ।ସୂଚନା ଅନୁସାରେ ଗତ ୨୦୨୩ ମସିହା ରେ ଶ୍ରୀ ବୁଗୁଡ଼ି ବସ୍ତା ଥାନା ଅନ୍ତର୍ଗତ କୁଣ୍ଡୁପୁର ଗ୍ରାମର ବିଜୟ ବେହେରାଙ୍କ ଦ୍ୱାରା ନିଜ ଘର କାର୍ଯ୍ୟ ଓ ଅନ୍ୟାନ୍ୟ ବିଲ୍ଡିଂ କାର୍ଯ୍ୟ କରାଇ ଥିଲେ ଏବଂ ମିସ୍ତ୍ରୀ ଓ ଲେବର ମଜୁରୀ ବାବଦକୁ ୭ ଲକ୍ଷ ଟଙ୍କା ଆଜିକାଲି ଦେବେ କହି ଆଦୌ ଦେଉ ନ ଥିଲେ। ବକେୟା ଟଙ୍କା ବାବଦରେ ବିଚାର ହୋଇ ଲେଖାପଢ଼ା ମଧ୍ୟ ହୋଇଥିଲା।କିନ୍ତୁ ଶ୍ରୀ ବୁଗୁଡ଼ି ଆଦୌ ଟଙ୍କା ଦେଲେ ନାହିଁ।ତେଣୁ ବାଧ୍ୟ ହୋଇ ଶ୍ରୀ ବେହେରା ଓ ତାଙ୍କ ସ୍ତ୍ରୀ ଏବଂ ତାଙ୍କର ଲେବରମାନେ ଆଜି ସକାଳେ କୁଣ୍ଡୁପୁର ଗ୍ରାମରେ ସଞ୍ଜୟ ବୁଗୁଡି ପାଇ ତାଙ୍କୁ ବକେୟା ଟଙ୍କା ମାଗିଥିଲେ।କିନ୍ତୁ ସଞ୍ଜୟ ବୁଗୁଡି ଟଙ୍କା ଦେବେ ନାହିଁ ବୋଲି କହିବା ସହିତ ବିଭିନ୍ନ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ଏବଂ ଶ୍ରୀ ବେହେରାଙ୍କ ସ୍ତ୍ରୀଙ୍କୁ ଟାଣି ଘୋଷାରି ତାଙ୍କ ଲୁଗାପଟା ଚିରି ଦେବାରୁ ସେମାନେ ଉତ୍ୟକ୍ତ ହୋଇ ଶ୍ରୀ ବୁଗୁଡିଙ୍କୁ ଦଉଡିରେ ବାନ୍ଧି ଗାଁ ଦାଣ୍ଡରେ ଘୋଷାରି ଘୋଷାରି ନିର୍ଦ୍ଧୁମ ପିଟିଥିଲେ।ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଅଧିକ ଭାଇରାଲ ହେବାରେ ଲାଗିଛି।ତେବେ ଶ୍ରୀମତୀ ବିଷ୍ନୁପ୍ରିୟା ବୁଗୁଡ଼ି ଜିଲ୍ଲାପରିଷଦ ସହିତ ବିଜୁ ଜନତା ଦଳର ଜଣେ ଆଗ ଧାଡିର ନେତ୍ରୀ ହୋଇଥିବାବେଳେ ତାଙ୍କର ସ୍ୱାମୀ ସଞ୍ଜୟ ବୁଗୁଡ଼ିକୁ ନିଜର ପଞ୍ଚାୟତର ଲୋକେ ବାନ୍ଧିବା ସହିତ ଘୋଷାରି ଘୋଷାରି ନେବା ସମସ୍ତଙ୍କୁ ଚକିତ କରିଛି।ତେବେ ଘଟଣାକୁ ନେଇ ଉଭୟ ପକ୍ଷ ଥାନାର ଦ୍ୱାରସ୍ଥ ହୋଇଥିବା ବିଶ୍ଵସ୍ଥ ସୂତ୍ରରୁ ଜଣାପଡିଛି।

Leave A Reply

Your email address will not be published.