ନରହନ୍ତା ପାଲଟିଲା ସ୍ୱାମୀ, କାଠ ଫାଳିଆରେ ପିଟି ପିଟି ମାରିଦେଲା ସ୍ତ୍ରୀକୁ,ସ୍ବାମୀ ଥାନାରେ ଅଟକ।

0

ନିଳଗିରି: ଆଜିର ସମାଜରେ ନିଶାସକ୍ତ ଅବସ୍ଥାରେ କେହିବି କିଛି ଅଜାଣତରେ କରିପାରେ, ନିଶା ଛାଡିବା ପରେ ସବୁ କିଛି ହରାଇ ବସିଥାଏ। ଏହିପରି ଏକ ଅଭାନୀୟ ଘଟଣା ନୀଳଗିରି ଅଞ୍ଚଳରେ ଦେଖିବାକୁ ମିଳିଛି। ନିଶାସକ୍ତ ଅବସ୍ଥାରେ ଉଭୟ ସ୍ବାମୀ ସ୍ତ୍ରୀ ଥିବା ବେଳେ କିଛି ପରିବାର ସମସ୍ୟାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ମଦ୍ୟପ ସ୍ୱାମୀ ଉତକ୍ଷିପ୍ତ ହୋଇ ଏକ କାଠ ଫାଳିଆରେ ନିଜ ସ୍ତ୍ରୀକୁ ପିଟି ପିଟି ମାରିଦେଇଥିଲା। ସକାଳେ ନିଶା ଛାଡିବା ପରେ ସବୁକିଛି ହରାଇ ଦେଇଥିଲା ସ୍ବାମୀ। ସୂଚନା ଅନୁଯାୟୀ ନୀଳଗିରି ଥାନା ଅନ୍ତର୍ଗତ ଅଯୋଧ୍ୟା ପ୍ରତାପପୁର ଗ୍ରାମର ନୀର ଓରଫ୍ ରବି ସିଂ ଗତ ଶନିବାର ସନ୍ଧ୍ୟାରେ ନିଜର ସ୍ତ୍ରୀ ସୁମତି ସିଂ ସହିତ ନିଶା ଶକ୍ତ ଅବସ୍ଥାରେ ଝଗଡ଼ା ଲାଗିଥିବା ବେଳେ ସ୍ବାମୀ ରବି ସିଂ ଏକ କାଠ ଫାଳିଆରେ ସ୍ତ୍ରୀ ସୁମତିର ମୁଣ୍ଡକୁ ବାଡେଇ ବାଡେଇ ଗୁରୁତର କରି ଦେଇଥିଲା। ସୁମତିକୁ ଏକ ଘରୋଇ ଆମ୍ବୁଲାନ୍ସରେ ନିଳଗିରି ମେଡିକାଲ ଆଣିଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ରେମୁଣା ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଥିଲା। ମେଡିକାଲ ଯାଉଥିବା ବାଟରେ ସୁମତୀରପ୍ରାଣବାୟୁ ଉଡିଯାଇଥିବା ବେଳେ ପରିବାର ଲୋକେ ମେଡିକାଲ ନ ନେଇ ଘରକୁ ନେଇଯାଇଥିଲେ। ଖବରପାଇଁ ସୁମତି ର ଭାଇ ରାହୁଲ ଗୋଛାୟତ ପହଂଚି ତାର ଭଉଣୀକୁ ଭିଣୋଇ ରବି ସିଂ ଅନେକ ବାର ଶାରୀରିକ ମାନସିକ ନିର୍ଯାତନା ଦେଇ ଆସୁଥିବା ବେଳେ ପିଟି ପିଟି ହତ୍ୟା କରିଛି ବୋଲି ନିଳଗିରି ଥାନାରେ ଅଭିଯୋଗ କଲା ପରେ ଘଟଣା ସ୍ଥଳରେ ଆଇ ଆଇ ସି ଗୋବର୍ଦ୍ଧନ ନାୟକ ସଦଳବଳେ ପହଞ୍ଚିବା ସହ ସାଇନ୍ଟିଫିକ ଦଳ ମଧ୍ୟ ତଦନ୍ତ କରିଛନ୍ତି। ପୋଲିସ ଶବ ବ୍ୟବଚ୍ଛେଦ କରି ସ୍ବାମୀ ରବି ସିଂକୁ ଅଟକ ରଖି ତଦନ୍ତ କରୁଛି। ଏନେଇ ନୀଳଗିରି ଥାନାରେ ୩୦୬/୨୬ରେ ଏକ ମାମଲା ରୁଜୁ ହୋଇଥିବା ବେଳେ ଦଫା ୮୫/୧୦୩(୧) ରେ ସୋମବାର ଦିନ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ରହିଛି।

Leave A Reply

Your email address will not be published.