ପଦ୍ମପୁର/ଶାସକ ପ୍ରଶାସକ )- ପଦ୍ମପୁର ପଟଣାଗଡ଼ ରାସ୍ତା ପଦ୍ମପୁର ରାଜପଡା ଠାରେ ଏକ ପାଣି ଟେଙ୍କର ଓଲଟି ଜଣେ ମହିଳା ଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ଦୁଇ ଜଣ ଆହତ ଅଛନ୍ତି। ସୂଚନା ଆନୁଯାୟୀ ଝଙ୍କାର ପାଲି ଗ୍ରାମ ର ତାରାବତୀ ସାହା(୪୮), ସୁବର୍ଣ୍ଣ ସାହା(21),ଓ ଦୈମତୀ ଡ଼ନସନା(୩୮) କୌଣସି ଏକ ବ୍ୟାଙ୍କ କାମରୁ ପଦ୍ମପୁର କୁ ଆସି ଥିବା ବେଳେ ଫେରିବା ସମୟରେ ଏକ ପାଣି ଟେଙ୍କର ଠୁ ଲିଫ୍ଟ ମାଗି ଯାଉଥିଲେ। ହଠାତ ରଜାପଡା ଟର୍ନିଂ ଠାରେ ଗାଡି ଟି ଭରା ସାମ୍ୟ ହରାଇ ଓଲଟି ଯାଇଥିଲା ଫଳରେ ଘଟଣା ସ୍ଥଳରେ ତାରବତୀ ସାହାଙ୍କର ମୃତ୍ୟୁ ହୋଇ ଯାଇଥିଲା। ଏବଂ ଅନ୍ୟ ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଳୟ କୁ ଅଣା ଯାଇଛି।