ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଆଜି (ରବିବାର) ପାରଳାଖେମୁଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସ୍ୱତନ୍ତ୍ର ସଘନ ସଂଶୋଧନ ଅନ୍ତର୍ଭୁକ୍ତ ଖସଡ଼ା ନିର୍ବାଚନ ତାଲିକା ପ୍ରକାଶନ ହୋଇଯାଇଛି। ଜିଲ୍ଲା ମୁଖ୍ୟ ନିର୍ବାଚନ ଅଧିକାରୀ , ଜିଲ୍ଲାପାଳ ଶ୍ରୀ ଅକ୍ଷୟ ସୁନୀଲ ଅଗ୍ରୱାଲ ଉକ୍ତ ତାଲିକା ଜିଲ୍ଲାର ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କୁ ଦେଇଥିଲେ।
ନିର୍ବାଚନ ମଣ୍ଡଳୀର ମୋଟ ୪,୬୩,୬୧୭ ପ୍ରାକ୍-ଚିଠା (ପ୍ରି-ଡ୍ରାଫ୍ଟ) ରେକର୍ଡ ମଧ୍ୟରୁ ୪,୩୨,୦୯୭ଟି ଫର୍ମ (୯୩.୧୪ ପ୍ରତିଶତ) ସଫଳତାର ସହ ଡିଜିଟାଇଜ୍ କରାଯାଇ ମୁଖ୍ୟ ଡାଟାବେସ୍ରେ ସାମିଲ କରାଯାଇଛି। ଅବଶିଷ୍ଟ ୬.୮୬ ପ୍ରତିଶତ ଅର୍ଥାତ୍ ୩୧,୫୨୦ଟି ଫର୍ମକୁ ସଂଗ୍ରହ ଅଯୋଗ୍ୟ ଭାବେ ଚିହ୍ନଟ କରାଯାଇଛି। ଭୋଟରମାନେ ଅନୁପସ୍ଥିତ ଥିବା , ମୃତ୍ୟୁବରଣ କରିଥିବା , ସ୍ଥାୟୀ ଭାବେ ଅନ୍ୟତ୍ର ଚାଲିଯାଇଥିବା କିମ୍ବା ନାମ ଦୋହରାଇଥିବା ହେତୁ ଏହି ରେକର୍ଡଗୁଡ଼ିକୁ ବାଦ୍ ଦିଆଯାଇଛି। ଏହା ସହିତ ସମସ୍ତ ପ୍ରାକ୍-ଚିଠା ରେକର୍ଡର ପ୍ରକ୍ରିୟାକରଣ କାର୍ଯ୍ୟ ଶତପ୍ରତିଶତ ଶେଷ ହୋଇଛି ଏବଂ କୌଣସି କାର୍ଯ୍ୟ ବାକି ରହିନାହିଁ।
ଏହି ସମ୍ବନ୍ଧୀୟ କୌଣସି ସନ୍ଦେହ ବା ଅଭିଯୋଗ ଥିଲେ ୦୫ ଜୁଲାଇ ଠାରୁ ୦୪ ଅଗଷ୍ଟ ପର୍ଯ୍ୟନ୍ତ ନିଜ ଅଞ୍ଚଳର ବୁଥ୍ ସ୍ତରୀୟ ଅଧିକାରୀ ( ବି ଏଲ୍ ଓ ) ଙ୍କ ନିକଟରେ ଦାବି ଓ ଆପତ୍ତି ପାଇଁ ଫର୍ମ ଦାଖଲ କରାଯାଇପାରିବ।
ଉକ୍ତ କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ମୁନିନ୍ଦ୍ର ହୋନ୍ନାଗା , ଉପଜିଲ୍ଲାପାଳ ଶ୍ରୀ ଅନୁପ ପଣ୍ଡା ସମେତ ଜିଲ୍ଲା ନିର୍ବାଚନ କର୍ମଚାରୀ , ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଓ ଗଣମାଧ୍ୟମ ପ୍ରତିନିଧିଗଣ ଅଂଶଗ୍ରହଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.