ବଲାଙ୍ଗୀରରେ ବର୍ଷାଜନିତ ସମସ୍ୟା ମଧ୍ୟରେ ପୌରାଧ୍ୟକ୍ଷାଙ୍କ ତତ୍ପରତା

0

ବଲାଙ୍ଗୀର: ଲଗାତାର ବର୍ଷା ଯୋଗୁଁ ବଲାଙ୍ଗୀର ସହରର ବିଭିନ୍ନ ଅଞ୍ଚଳରେ ଜଳଜମା ସମସ୍ୟା ସୃଷ୍ଟି ହୋଇଥିବା ବେଳେ ପୌରାଧ୍ୟକ୍ଷା ଲିକା ସାହୁ ପ୍ରଭାବିତ ଅଞ୍ଚଳଗୁଡ଼ିକ ପରିଦର୍ଶନ କରି ସ୍ଥିତିର ସମୀକ୍ଷା କରିଛନ୍ତି। ବର୍ଷାକୁ ଖାତିର ନକରି ସେ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କ ସମସ୍ୟା ଶୁଣିବା ସହ ପୌରସଭାର ଅଧିକାରୀ ଓ କର୍ମଚାରୀଙ୍କୁ ତୁରନ୍ତ ଜଳ ନିଷ୍କାସନ, ନାଳ ସଫେଇ ଏବଂ ଆବଶ୍ୟକ ସ୍ଥାନରେ ପମ୍ପସେଟ୍ ମାଧ୍ୟମରେ ପାଣି ନିଷ୍କାସନ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପୌରାଧ୍ୟକ୍ଷା କହିଛନ୍ତି ଯେ, ବର୍ଷାଜନିତ ପରିସ୍ଥିତିର ମୁକାବିଲା ପାଇଁ ପୌରସଭା ପକ୍ଷରୁ ସମସ୍ତ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ ସହରବାସୀଙ୍କ ସମସ୍ୟାର ତୁରନ୍ତ ସମାଧାନକୁ ପ୍ରାଥମିକତା ଦିଆଯାଉଛି। ସହରବାସୀଙ୍କୁ ସତର୍କ ରହିବା ସହ କୌଣସି ସମସ୍ୟା ହେଲେ ପୌରସଭା ସହ ଯୋଗାଯୋଗ କରିବାକୁ ଅପିଲ କରାଯାଇଛି।

Leave A Reply

Your email address will not be published.