ବେଲଗୁଣ୍ଠା,୦୪/୦୭-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବନମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ଏହି ଅବସରରେ ତନରଡା ଆର୍ଯ୍ୟକନ୍ୟା ଗୁରୁକୁଳରେ ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ସେଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ବନମହୋତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜାତୀୟ ସବୁଜ ବାହିନୀର ଗଞ୍ଜାମ ଜିଲ୍ଲା ସଂଯୋଜକ ଡ ଶଙ୍କର ନାରାୟଣ ବେଜ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଅଲୋଷ୍ଟାର ମୁଖ୍ୟ ଉପଦେଷ୍ଟା ଜଗବନ୍ଧୁ ଜେନା,ଅବସରପ୍ରାପ୍ତ ସନ୍ତୋଷ କୁମାର ଜେନା ପ୍ରମୁଖ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଇକୋ କ୍ଲବ୍ ଶିକ୍ଷକ ସନ୍ତୋଷ କୁମାର ସାହୁ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା କର୍ମଚାରୀ ସୁଷମା ମହାରଣା, ପ୍ରଶାନ୍ତ କୁମାର ସେଠୀ, ଘନଶ୍ୟାମ ବେହେରା, ପ୍ରଦୀପ୍ତ କୁମାର ଷଡ଼ଙ୍ଗୀ,ଅକ୍ଷୟ କୁମାର ଜେନା, ତନୁ ବେହେରା, ଶୁଭଲକ୍ଷ୍ମୀ ବେହେରା, ଅରବିନ୍ଦ କୁମାର ସାହୁ, ଅଜିତ କୁମାର ଷଡ଼ଙ୍ଗୀ, ସନତ କୁମାର ଗୌଡ଼ ସହଯୋଗ କରିଥିଲେ। ସେହିପରି କ୍ଷେତ୍ରିୟବରପୁର ସ୍ଥିତ ପିଏମ୍ ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ୭୭ ତମ ବନ ମହୋତ୍ସବ ପାଳିତ ହୋଇ ଯାଇଛି। ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ଦଳବେହେରାଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରକାର ଚାରା ରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗାଙ୍ଗପୁର ବନପାଳ ଦିଲ୍ଲୀପ କୁମାର ଦାସଙ୍କ ସମେତ ବନ ବିଭାଗ କର୍ମଚାରୀ,ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ,ଏନସିସି,ଜୁନିୟର ରେଡକ୍ରସ୍, ସ୍କାଉଟ୍ ଏବଂ ଇକୋକ୍ଲବର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ବିଦ୍ୟାଳୟରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ପରିବେଶ ସୁରକ୍ଷା ଏବଂ ବୃକ୍ଷ ରୋପଣର ମହତ୍ତ୍ଵ ବିଷୟରେ ଅତିଥି ମାନେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ଶିକ୍ଷକ ଜୟରାମ ବିଶ୍ଵାଳ ଧନ୍ୟବାଦ ଜ୍ଞାପନ କରିଥିଲେ।
Sign in
Sign in
Recover your password.
A password will be e-mailed to you.