ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ମିହିର ଆଚାର୍ଯ୍ୟଙ୍କ ସ୍ମୁତିଚାରଣ ସଭା

0

ବାଲେଶ୍ୱର: ବାଲେଶ୍ୱର ସାମ୍ବାଦିକ ପ୍ରକୋଷ୍ଠରେ ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ମିହିର ଆଚାର୍ଯ୍ୟଙ୍କ ସ୍ମୁତିଚାରଣ ସଭା ଆଜି ଦିବା ୧୦ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି।ଏହି ସ୍ମୃତିଚାରଣ ସଭା ସ୍ତୁତି କମିଟିର ସଭାପତି ଦେବବ୍ରତ ପାଣିଗ୍ରାହୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଅତିଥି ଭାବରେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗିରିଶ ଚନ୍ଦ୍ର ଦାସ ଯୋଗଦେଇ ସ୍ମୃତିଚାରଣ କରି କହିଥିଲେ ସ୍ବର୍ଗତ ମିହିର ବାବୁ ଜଣେ ଦକ୍ଷ ସାମ୍ବାଦିକ ସହିତ ଜଣେ ପରୋପକାରୀ ମଣିଷ ଥିଲେ । ଓଡ଼ିଶାର ଗଭର୍ଣ୍ଣର ତାଙ୍କୁ ଦୁଇ ଥର ସମ୍ବର୍ଦ୍ଧିତ କରିଥିଲେ। ବାଲେଶ୍ଵରର ଫକିରମୋହନ ବିଶ୍ୱବିଦ୍ୟାଳୟ ଗଠନର ଭୂମିକା ଅତୁଳନୀୟ। ତାଙ୍କ ସମୟରେ ସାମ୍ବାଦିକିତା କରୁଥିବା ବ୍ୟକ୍ତି ମାନଙ୍କୁ ସେ ବହୁତ ସ୍ନେହ କରୁଥିଲେ। ସରକାରୀ ଅଫିସର ତାଙ୍କୁ ବହୁତ ସମ୍ମାନ ଦେଉଥିଲେ। ସମ୍ମାନିତ ଅତିଥି ଭାବରେ ସେଉଠୁ ଆରମ୍ଭ ଦୈନିକ ଖବରକାଗଜର ସମ୍ପାଦକ ଶୁଭେନ୍ଦୁ ଦାସ ଯୋଗଦେଇ ସ୍ମୃତିଚାରଣ କରିବା ସହ ମିହିର ଆଚାର୍ଯ୍ୟଙ୍କ ଆଦର୍ଶରେ ଅନୁପ୍ରାଣୀତ ହେବାକୁ ଆହ୍ୱାନ ଦେଇଥିଲେ। ଅନ୍ୟତମ ଅତିଥି ଧ୍ୱନି ପ୍ରତିଧ୍ୱନିର ସମ୍ପାଦକ ସୃଷ୍ଟିଧର ପରିଡ଼ାଙ୍କୁ ସ୍ତୁତି କମିଟି ପକ୍ଷରୁ ମାନପତ୍ର ଉପଢ଼ୌକନ ଓ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।ସେଇଭଳି ପ୍ରମାଦ ଖବର କାଗଜର ସମ୍ପାଦକ ଯୋଗଦେଇ ସ୍ମୃତିଚାରଣ କରିଥିଲେ ଓ କହିଥିଲେ କି ଏଭଳି ସଂଗଠନ ଗଠନ କରି ପୂଜ୍ୟପୂଜାକୁ ବଜାଇ ରଖୁଥିବାରୁ କମିଟିର ସମସ୍ତ ସଦସ୍ୟଙ୍କୁ ସାଧୁବାଦ। କମିଟିର ସମ୍ପାଦକ ଶ୍ରୀ ଗଗନ କୁମାର ସେଠୀ ସମସ୍ତ ସାମ୍ବାଦିକ ଭାଇମାନଙ୍କୁ ଅନୁରୋଧ କରିଥିଲେ କି ଆସନ୍ତା ମାସ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ ଏଣୁ ସମସ୍ତ ସାମ୍ବାଦିକ ଭାଇମାନେ କିଭଳି ଏହାକୁ ସରସ ସୁନ୍ଦର କରିହେବ ମତାମତ ଦେବାକୁ ଅନୁରୋଧ କରିଥିଲେ ଏହି ଅବସରରେ ସାମ୍ବାଦିକ ଶ୍ରୀ ବିଦ୍ୟାଧର ମହାନ୍ତିଙ୍କୁ ସ୍ତୁତି କମିଟି ପକ୍ଷରୁ ପୁଷ୍ପଗୁଚ୍ଛ ଉତ୍ତରୀୟ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।ଏହି ଅବସରରେ ଶ୍ରୀ ମହାନ୍ତି କହିଥିଲେ କି ଆଜି ମୋ ପାଇଁ ଏକ ମନେରଖିବା ଭଳି ଦିନ ମୋ ଭଳି ସାମ୍ବାଦିକ କୁ ସମ୍ମାନିତ କରାଯାଇଥିବାରୁ ମୁଁ କମିଟି ପାଖରେ ଋଣୀ। ସର୍ବଶେଷରେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ବେହେରା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.