ଓଡ଼ଗାଁ ୨୯।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳରୁ ରବିବାର ରାତି ସୋମବାର ସକାଳୁ ଜଣେ ନାବାଳିକା ଅପହରଣ ହୋଇଥିବା ନେଇ ନାବାଳିକାର ବାପା ଓଡ଼ଗାଁ ଥାନାରେ ଅଭିଯୋଗ କରିଥିବା ଜଣାଯାଇଛି।ତେବେ ଅପହରଣକାରୀ ଯୁବକ ଜଣକ କୁରାଳ ଆଉଟ୍ ପୋଷ୍ଟ ଅଞ୍ଚଳର ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛନ୍ତି। ଗତ ଏକ ସପ୍ତାହ ମଧ୍ୟରେ ଏକାଧିକ ଅପହରଣ ମାମଲା ଅଭିଯୋଗ ହୋଇଥିବା ବେଳେ ହାଇସ୍କୁଲ ଏବଂ+୨ ସ୍ତରୀୟ ଛାତ୍ର ଛାତ୍ରୀ ମାନଙ୍କୁ ଏହାର ମନ୍ଦ ପରିଣାମ ବିଷୟରେ ସଚେତନ ନକଲେ ଦିନକୁ ଦିନ ଅପହରଣ ମାମଲା ବଢ଼ିବ।ଏପରି ବଢ଼ିବ ଯେ, ପୋଲିସ ନାବାଳିକା ଉଦ୍ଧାର କରିବା ପାଇଁ ସମସ୍ତ ସମୟ ବିନିଯୋଗ କରୁ କରୁ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଇବ। ସେଥିପାଇଁ ଶିକ୍ଷା ବିଭାଗ ପୋଲିସ ବିଭାଗ ସମନ୍ୱୟ ରକ୍ଷା ମିଳିତ ଭାବେ ସଚେତନତା ସୃଷ୍ଟି କଲେ, ହୁଏତ କେତେକାଂଶରେ ଏହାକୁ ନିୟନ୍ତ୍ରଣ କରାଯାଇ ପାରିବ। ଏବଂ କଅଁଳ ବୟସରେ ମାତୃତ୍ଵକୁ ଏଡାଯାଇ ପାରିବ।
Sign in
Sign in
Recover your password.
A password will be e-mailed to you.