ଓଡ଼ଗାଁ ଆଦର୍ଶ ଶ୍ମଶାନରେ ସୁଲଭମୂଲ୍ୟରେ ମିଳିବ ଜାଳେଣି କାଠ

0

ଓଡ଼ଗାଁ ୨୯।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍ଏସି)ଆଦର୍ଶ ଶ୍ମଶାନରେ ସୁଲଭ ମୂଲ୍ୟରେ ମିଳିବ ଜାଳେଣି କାଠ। ସମ୍ପ୍ରତି ଜାଳେଣି କାଠର ଆବଶ୍ୟତା କମିଯାଇଥିବା ବେଳେ ସମୟ ଅସମୟରେ ଶବ ସଂସ୍କାର ନିମନ୍ତେ ଜାଳେଣି କାଠର ଅଭାବ ପରିଲକ୍ଷିତ ହେଉଥିଲା। ଏହାକୁ ଦୃଷ୍ଟିରେ ରଖି ଜ୍ଞାନଜ୍ୟୋତି ଫାଉଣ୍ଡେସନ, ଓଡ଼ଗାଁ ତରଫରୁ ଆଦର୍ଶ ଶ୍ମଶାନରେ ଏକ ସ୍ଥାୟୀ ଜାଳେଣି କାଠ ଯୋଗାଣ କେନ୍ଦ୍ର ପ୍ରତିଷ୍ଠା ହେଲା।ଏହି କେନ୍ଦ୍ରକୁ ଓଡ଼ଗାଁ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରା ସୋମବାର ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଉଦଘାଟନ ବେଳେ ଇଂ ସତ୍ୟନାରାୟଣ ସାହୁ, ଓଡ଼ଗାଁ ଏନଏସି ଭାରତୀୟ ଜନତା ପାର୍ଟି ମଣ୍ଡଳ ସଭାପତି ସଞ୍ଜୟ ସାହୁ। ଜ୍ଞାନଜ୍ୟୋତି ଫାଉଣ୍ଡେସନର ସଦସ୍ୟ ମାନସ ରଞ୍ଜନ ସାହୁ, ବିକାଶ ସାମନ୍ତରାୟ,ପ୍ରବୀର ନାୟକ, କାହ୍ନୁ ଚରଣ ପରିଡ଼ା,ପଞ୍ଚାନନ ଷଡ଼ଙ୍ଗୀ,ତପନ ସାମନ୍ତରାୟ ଓ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ। ସୂଚନା ଥାଉକି ସମସ୍ତେ କାଠ ଯୋଗାଣ କେନ୍ଦ୍ରରୁ କାଠ କିଣିବାକୁ ବାଧ୍ୟ ନୁହନ୍ତି।ଯାହାର ଆବଶ୍ୟକ ସେ ହିଁ କେବଳ କିଣି ପାରନ୍ତି ବୋଲି ଅନୁଷ୍ଠାନ ତରଫରୁ କୁହାଯାଇଛି।ଜନ୍ମ ଅଛି ମାନେ ମୃତ୍ୟୁ ବି ଅଛି।ବିରାଟ ଆୟତନ ବିଶିଷ୍ଟ ଓଡ଼ଗାଁର ବିଭିନ୍ନ ସ୍ଥାନରୁ ଦୂର ହେଲେବି ଶବକୁ ଶ୍ମଶାନକୁ ଅଣାଯାଏ। କିନ୍ତୁ ତା ସହିତ କାଠ ଯୋଗାଡ଼ କରି ଶ୍ମଶାନ ଆଣିବା କଷ୍ଟକର ହୋଇ ପଡୁଥିବାରୁ ଅନେକ ଓଡ଼ଗାଁ ରଘୁନାଥଙ୍କ ସ୍ବର୍ଣ୍ଣ କଳସ କ୍ଷେତ୍ର ପରିବର୍ତ୍ତେ ଶ୍ରୀକ୍ଷେତ୍ର ଯିବାକୁ ବାଧ୍ୟ ହୋଇଥାନ୍ତି। କାରଣ ସେଠାରେ ଶବ ସଂସ୍କାର ନିମନ୍ତେ ସବୁକିଛି ସୁବିଧା ରହିଥାଏ। ତେବେ ଶ୍ରୀକ୍ଷେତ୍ର ପରି ଶ୍ରୀରାମଙ୍କ କ୍ଷେତ୍ରରେ ହରିଶ୍ଚନ୍ଦ୍ର ଯୋଜନା ସହିତ ସମସ୍ତ ବ୍ୟବସ୍ଥା ଧିରେ ଧିରେ ଉପଲବ୍ଧ ହେଲେ ସାଧାରଣ ଲୋକେ ଏହାର ସୁବିଧା ହାସଲ କରି ପାରନ୍ତେ ବୋଲି ମତ ପ୍ରକାଶ ପାଇଛି।

Leave A Reply

Your email address will not be published.