ହତ୍ୟା ନା ଆତ୍ମହତ୍ୟା

0

   ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ପୌରପରିଷଦର ୱାଡର଼୍ ନମ୍ବର ୯ ଦେଉଳସାହିରେ ଆଜି ଏକ ବିବାହିତା ମହିଳା ଘରର କୋଠରୀ ଭିତରୁ କବାଟ ବନ୍ଦ କରି ସିଲିଂ ଫେନରେ ଶାଢ଼ୀ ଦ୍ୱାରା ଝୁଲୁଥିବାର  ଘରର ଲୋକମାନେ ଦେଖିବାକୁ ପାଇଥିଲେ ।  ମୃତ ମହିଳାଙ୍କ ନାମ  ଚୈତାଳି ବିନ୍ଧାଣି ହୋଇଥିବା ବେଳେ ତାଙ୍କର ସ୍ୱାମୀଙ୍କ ନାମ ମଣିକାଞ୍ଚନ ବିନ୍ଧାଣି ବୋଲି ଜଣାପଡ଼ିଛି । ଖବରପାଇ ବାରିପଦା ଟାଉନ ଥାନା ପୁଲିସ ମଣିକାଞ୍ଚନଙ୍କ ଘରେ ପହଁଞ୍ଚି ଶବକୁ ଜବତ କରି ପଣ୍ଟିତ ରଘୁନାଥ ମୁର୍ମୁ ସରକାରୀ ମେଡ଼ିକାଲ କଲେଜ ଓ ହସପିଟାଲକୁ ବ୍ୟବଚ୍ଛେଦ ନିମନ୍ତେ  ପଠାଇ ଦେଇଛି ଏବଂ ଥାନାରେ ୩୫/୨୦୧୯ ନମ୍ବରରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିି  ତଦନ୍ତ ଆରମ୍ଭ କରିଛି  । 

                ଦୁଇ ବର୍ଷ ପୂର୍ବେ ପଡେ଼ାଶୀ ପଶ୍ଚିମବଙ୍ଗ ରାଜ୍ୟର ଗୋପୀବଲ୍ଲଭପୁରର ଫକୀର ଚନ୍ଦ୍ର କୁଣ୍ଡୁଙ୍କ ଝିଅ ଚୈତାଳି ବିନ୍ଧାଣିଙ୍କ ସହ ବୈଦିକ ରୀତିନୀତି ଅନୁସାରେ ମଣିକାଞ୍ଚନଙ୍କ ବିବାହ ହୋଇଥିଲା ଏବଂ ଏହି ଦୁଇ ଜଣଙ୍କ ଔରଷରୁ ୧୦ ମାସ ପୂର୍ବେ ଏକ ଶିଶୁ କନ୍ୟା ମଧ୍ୟ ଜନ୍ମ ନେଇଛି ।  ତେବେ ୧୦ ମାସର ସନ୍ତାନକୁ ଛାଡ଼ି ଦେଇ କେଉଁ କାରଣରୁ ମା ଆତ୍ମ ହତ୍ୟା କରିବାକୁ ବାଧ୍ୟ ହେଲା ତାହା ଏକ ପ୍ରଶ୍ନବାଚୀ ହୋଇପଡ଼ିଥିବା ବେଳେ ଚୈତାଳିର ପିତା ଫକୀର ଏହା ଆତ୍ମହତ୍ୟା ନୁହେଁ ବରଂ ସୁଚିନ୍ତିତ ଯୋଜନା ବଦ୍ଧ ହତ୍ୟା ବୋଲି କହିଛନ୍ତି । ଫକୀରଙ୍କ କହିବା ଅନୁସାରେ ବିବାହର ପରବର୍ତ୍ତି ସମୟଠାରୁ ତାଙ୍କ ଝିଅ ଚୈତାଳିକୁ ନିର୍ଯ୍ୟାତନା ଦିଆଯାଉଥିଲା । ଆଜି ତାକୁ ହତ୍ୟା କରିବା କରିବା ପରେ ଆତ୍ମହତ୍ୟାର ରୂପ ଦିଆଯାଉଛି ବୋଲି କହିଥିଲେ । ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସବୁକିଛି ପରିଷ୍କାର ହୋଇଯିବ ବୋଲି ବାରିପଦା ଟାଉନଥାନା ପୁଲିସ କହିଛନ୍ତି । 

Leave A Reply

Your email address will not be published.