ବିଦାୟକାଳୀନ ଭାବପୂର୍ଣ୍ଣ ସମ୍ବର୍ଦ୍ଧନା 

0

ମେଲଛାମୁଣ୍ଡା(ମନୋଜ ଭୋଇ)- ବରଗଡ ଜିଲ୍ଳା ସୋହେଲା ବ୍ଳକ ଅର୍ନ୍ତଗତ ଝର ନୋଡାଲ ଉଚ୍ଚ ବିଦ୍ୟାଳୟର ଚତୁର୍ଥ ଶ୍ରେଣୀ କର୍ମଚାରୀ ଭିଷ୍ମଦେବ ଥପାଙ୍କ ଚାକିରୀ ଜୀବନରୁ ଅବ୍ୟାହତୀ ଅବସରରେ ସନିବାର ଅପରାହ୍ନରେ ବିଦ୍ୟାଳୟ ପରିସରରେ ସ୍କୁଲର ପ୍ରଧାନ ଶିକ୍ଷକ ଭୁବନେଶ୍ୱର ପ୍ରଧାନଙ୍କ ସଭାପତିତ୍ୱରେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଛାତ୍ରୀ ତୃପ୍ତିମୟୀ ଦେବତା ଓ ସୁନିପ୍ରିୟା ତାଣ୍ଡି ବିଦାୟକାଳୀନ  ସଂଗୀତ ଗାନ କରିଥିଲେ । ସଭା ଅବସରରେ ବିଦ୍ୟାଳୟର ଶିକ୍ଷକ ସୁଦାମ ନାଏକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସରୋଜ କୁମାର ମେହେର, ଲକ୍ଷ୍ମୀକାନ୍ତ ସାହୁ, ରାମଚନ୍ଦ୍ର ସାହୁ, ସୀମା ବେହେରା, ଯଯାତୀ ସାହୁ, ସୁରେଶ ବରିହା, ରବିଶଙ୍କର ଦୀପ, ଶେଷଦେବ ଥପା,ଗୌରାଙ୍ଗ ଛୁରା, ସୁଦିପ୍ତା ବେହେରା, ବିଲାସିନୀ ପଣ୍ଡା, ଜଗନ୍ନାଥ ପାଢୀ, ଶୁଶିଲ କୁମାର ଭୋଇ, ହିରାବତୀ ମେହେର, ସୁଦାମ ସାହୁ ପ୍ରମୁଖ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଅବସରପା୍ରପ୍ତ ଶିକ୍ଷକ ଶତୃଘ୍ନ ରଣା ଶ୍ରୀ ଥପାଙ୍କୁ କର୍ତ୍ତବ୍ୟନିଷ୍ଠା, ସହନଶୀଳତା, ଧର୍ଯ୍ୟ ଓ ସମୟାନୁବର୍ତିତାର ପ୍ରତୀକ ବୋଲି ବର୍ଣ୍ଣନା କରିଥିଲେ । ସଭାପତି  ଶ୍ରୀ ପ୍ରଧାନ ଅତୀତର ଇତିହାସ ଓ ଜୟଦୁର୍ଗା କଳା ସଂସଦର ଭୁମିକା ଉପରେ ଗୁରୁତ୍ୱାରୋପ କରିଥିଲେ । ସଭାରେ ଉପସ୍ଥିତ ସ୍କୁଲର ସମସ୍ତ ଛାତ୍ର ଛାତ୍ରୀ, ପରିଚାଳନା କମିଟି, ବିଦ୍ଧିଜୀବି  ଓ ଗ୍ରାମବାସୀ ସଭାପରେ ଶ୍ରୀ ଥପାଙ୍କୁ ଏକ ବର୍ଣ୍ଣଢ୍ୟ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ଘର ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ  । ପୂର୍ବରୁ ଘରେ ଅପେକ୍ଷାରତ ଥିବା ଶ୍ରୀ ଥପାଙ୍କ ପତ୍ନୀ ସନ୍ଧ୍ୟାରାଣୀ ଥପା, ପୁଅ ସୌରଭ ଥପା ଏବଂ ଅନ୍ୟ ପରିବାର ବର୍ଗ ସମସ୍ତଙ୍କୁ ସ୍ୱାଗତ ଜଣାଇଥିଲେ ।

 

Leave A Reply

Your email address will not be published.