ସୁବର୍ଣ୍ଣପୁର,(ପ୍ରକାଶ କୁମାର ହାତୀ ): ଶିଶୁ ଶ୍ରମିକ ନିରାକରଣ ପାଇଁ ଜିଲ୍ଲାରେ ପାଳନ କରାଯାଉଥିବା ୧୫ ଦିନିଆ ସଚେତନତା ପକ୍ଷ ଅବସରରେ ଆଜି ସୁବର୍ଣ୍ଣପୁର ପୌର କାର୍ଯ୍ୟାଳୟ (ନଳିନୀ ଛକ) ଠାରୁ ଏକ “ଶିଶୁ ଶ୍ରମିକ ନିରାକରଣ ସଚେତନତା ପଦଯାତ୍ରା” ଅନୁଷ୍ଠିତ ହୋଇଯାଇଛି। ସୁବର୍ଣ୍ଣପୁର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଏହି ପଦଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଏହି କାର୍ଯ୍ୟକ୍ରମରେ ଡିଲେଶ୍ଵର ଖାଖା,ପ୍ରଭାଗୀୟ ଶ୍ରମ ଆୟୁକ୍ତ, ସୁବର୍ଣ୍ଣପୁର, ଦିବ୍ୟ ଶଙ୍କର ଧୂରୁଆ, ଜିଲ୍ଲା ଶ୍ରମ ଅଧିକାରୀ, ସୋନପୁର, ତରଭା, ବୀରମହାରାଜପୁର, ଉଲୁଣ୍ଡା ଓ ବିନିକା ବ୍ଲକର ସହକାରୀ ଶ୍ରମ ଅଧିକାରୀମାନେ, ଶିଶୁ କଲ୍ୟାଣ ସମିତି (ସିଡବ୍ଲ୍ୟୁସି)ର ଅଧ୍ୟକ୍ଷା ଲିନା ବାବୁ ଟ୍ରେଡ୍ ୟୁନିଅନ୍ ସମନ୍ୱୟ କମିଟିର ସଭାପତି ଗୋବିନ୍ଦ ମହାରଣା , ଆରଏଆରି ସଂସ୍ଥାର ସାଧାରଣ ସମ୍ପାଦକ ତଥା ସିଇଓ ଅନଙ୍ଗ ନେଗୀ, ଜିଲ୍ଲା ପ୍ରକଳ୍ପ ସଂଯୋଜକ, ଚାଇଲ୍ଡ ହେଲ୍ପଲାଇନ୍, ଆଇଯିଏମ ଗ୍ରାମ ଉତ୍ଥାନ, ସିଡବ୍ଲ୍ୟୁସି ସଦସ୍ୟ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ର କର୍ମଚାରୀ, ବିଭିନ୍ନ ବିଭାଗର ଅଂଶୀଦାର ଏବଂ ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ ଗଣମାଧ୍ୟମର ପ୍ରତିନିଧିମାନେ ଯୋଗଦେଇଥିଲେ।ପଦଯାତ୍ରାଟି ସୋନପୁର ପୌରାଞ୍ଚଳର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା। ଏହି ଅବସରରେ ଶିଶୁ ଶ୍ରମିକ ନିଷେଧ ସମ୍ପର୍କିତ ଆଇନ, ଶିଶୁମାନଙ୍କର ଅଧିକାର ଓ ସୁରକ୍ଷା ବିଷୟରେ ସାଧାରଣ ଜନତାଙ୍କୁ ସଚେତନ କରାଯାଇଥିଲା। ସେହିପରି ଶିଶୁ ଶ୍ରମିକ ପ୍ରଥାର ସମ୍ପୂର୍ଣ୍ଣ ନିରାକରଣ ଦିଗରେ ସାମୁଦାୟିକ ଅଂଶଗ୍ରହଣ ବୃଦ୍ଧି ପାଇଁ ଆହ୍ୱାନ ଦିଆଯାଇଥିଲା।ଜିଲ୍ଲା ପ୍ରଶାସନ ପକ୍ଷରୁ ଶିଶୁ ଶ୍ରମିକ ପ୍ରଥା ବିରୋଧରେ ସମସ୍ତଙ୍କୁ ସଚେତନ ହୋଇ ଶିଶୁମାନଙ୍କ ଶିକ୍ଷା, ସୁରକ୍ଷା ଓ ସର୍ବାଙ୍ଗୀଣ ବିକାଶ ପାଇଁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି।
Sign in
Sign in
Recover your password.
A password will be e-mailed to you.