ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ମୃତ୍ତିକା ସଂରକ୍ଷଣ ଭବନରେ ଲିନସି ଫା
ଉଣ୍ଡେସନର ସହଯୋଗରେ ଆଜି ( ବୁଧବାର) ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ପ୍ରକଳ୍ପ ପରାମର୍ଶଦାତା ଡଃ ସୌରଭ ବର୍ମନ , ମୃତ୍ତିକା ବିଜ୍ଞାନ ବିଭାଗର ସହକାରୀ ପ୍ରାଧ୍ୟାପକ ଡଃ ଅରୁଣାଭ ପାଲ ଏବଂ ସିସିଡିର ନିର୍ଦ୍ଦେଶକ ଶ୍ରୀ ଜଗନ୍ନାଥ ରାଜୁ ଅତିଥି ଭାବେ ଯୋଗଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ଜିରାଙ୍ଗ ଓ ଏଙ୍ଗାରସିଂ ପଞ୍ଚାୟତର ୭ଟି ଗ୍ରାମର ୧୨୬ ଜଣ କୃଷକଙ୍କୁ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା। ଏହି ଅବସରରେ ବିଶେଷଜ୍ଞମାନେ ମୃତ୍ତିକା ପରୀକ୍ଷଣର ଗୁରୁତ୍ୱ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ମାଧ୍ୟମରେ ଚାଷୀମାନେ କିପରି ନିଜ ଜମିର ପୋଷକ ତତ୍ତ୍ୱ ସମ୍ପର୍କରେ ସଠିକ ସୂଚନା ପାଇପାରିବେ ସେ ସମ୍ବନ୍ଧରେ ଅବଗତ କରାଇଥିଲେ।
ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡ ଦ୍ୱାରା କୃଷକମାନେ ବୈଜ୍ଞାନିକ ପଦ୍ଧତିରେ ସାର ପ୍ରୟୋଗ କରିପାରିବେ, ମୃତ୍ତିକାର ଉର୍ବରତା ବୃଦ୍ଧି କରିବା ସହ ଫସଲ ଉତ୍ପାଦନ ବଢ଼ାଇପାରିବେ ଏବଂ କୃଷି ଖର୍ଚ୍ଚ କମାଇ ସ୍ଥାୟୀ କୃଷି ପ୍ରଣାଳୀକୁ ପ୍ରୋତ୍ସାହନ ଦେଇପାରିବେ। ଏହି ପଦକ୍ଷେପ କୃଷକମାନଙ୍କ ଆୟ ବୃଦ୍ଧି ଓ କୃଷିର ସାମଗ୍ରିକ ଉନ୍ନତିରେ ସହାୟକ ହେବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।
ଲିନସି ଫାଉଣ୍ଡେସନର ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମ କୃଷକମାନଙ୍କ ମଧ୍ୟରେ ମୃତ୍ତିକା ସ୍ୱାସ୍ଥ୍ୟ ପ୍ରତି ସଚେତନତା ବୃଦ୍ଧି କରିବା ସହ ଉନ୍ନତ ଓ ସ୍ଥାୟୀ କୃଷି ପଦ୍ଧତି ଅବଲମ୍ବନ ପାଇଁ ପ୍ରେରଣା ଯୋଗାଇବ ବୋଲି ଆଶା ପ୍ରକାଶ କରାଯାଇଥିଲା।
ଏହି କାର୍ଯ୍ୟକ୍ରମକୁ ପ୍ରୋଜେକ୍ଟ ଅଫିସର ଶ୍ରୀମତୀ ବି. ମନସା , ଜୟଲଷ୍ମୀ ଏବଂ ମମତା ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ କୃଷକମାନେ ଉତ୍ସାହର ସହିତ ଅଂଶଗ୍ରହଣ କରିଥିଲେ ଏବଂ ମୃତ୍ତିକା ସ୍ୱାସ୍ଥ୍ୟ କାର୍ଡର ସଠିକ ବ୍ୟବହାର କରି ଉନ୍ନତ କୃଷି ପଦ୍ଧତି ଅବଲମ୍ବନ କରିବାକୁ ସଂକଳ୍ପବଦ୍ଧ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.