ବଡ଼ବିଲ ପେଟ୍ରୋଲ ପମ୍ପ ଡକାୟତି ଘଟଣା: ୪ ଜଣ ଗିରଫ

0

 ନଗଦ ୩ ହଜାର ଟଙ୍କା ସହ ନକଲି ବନ୍ଧୁକ, ଛୁରୀ ଓ ବାଇକ ଜବତ

ବଡ଼ବିଲ /ଚିତ୍ତରଞ୍ଜନ କର :ଗତ ମାର୍ଚ୍ଚ ମାସ ୪ ତାରିଖ ମଧ୍ୟରାତ୍ରିରେ ୪ ଜଣ ଦୃବୃର୍ତ୍ତ, ବଡ଼ବିଲ – ସେରେଣ୍ଡା ରାସ୍ତାରେ ଥିବା ରିଲାଏନ୍ସ ପେଟ୍ରୋଲ ପମ୍ପରେ ପଶି ସିକ୍ୟୁରିଟି ଗାର୍ଡ଼ ଓ କର୍ମଚାରୀଙ୍କୁ ମାଡ଼ ମାରି ପ୍ରାୟ ୩୮ ହଜାର ଟଙ୍କା ଲୁଟି ନେଇଥିବା ବଡ଼ବିଲ ଥାନାରେ ଅଭିଯୋଗ ହୋଇଥିଲା। କିଛି ଦିନ ତଳେ ବଡ଼ବିଲ ମେନ ରୋଡ଼ ସ୍ଥିତ ଆଲହାବାଦ ବ୍ୟାଙ୍କ ଡକାୟତି ଉଦ୍ୟମ ପରେ ପେଟ୍ରୋଲ ପମ୍ପ ଡକାୟତି ଘଟଣା ପୋଲିସ ପାଇଁ ଚ୍ୟାଲେଞ୍ଜ ସଦୃଶ ହୋଇଥିଲା। ନୂଆ କରି ବଡ଼ବିଲ ଏସ ଡି ପି ଓ ଦାଇତ୍ୱ ଗ୍ରହଣ କରିଥିବା ଦିଲୀପ କୁମାର ବାଘଙ୍କ ନିର୍ଦେଶରେ ବଡ଼ବିଲ ଆଇ ଆଇ ସି ସୁକାନ୍ତ ଦାଶ ସି ସି ଟିଭି ଫୁଟେଜ ଆଧାରରେ  ପୋଲିସ ଟିମ ସହ ବିଭିନ୍ନ ଜାଗାରେ ଚଢ଼ାଉ କରିଥିଲେ। ତେବେ କୌଣସି ସୂତ୍ରରୁ ଖବର ପାଇ ପୋଲିସ ଟିମ ଆଜି ବଡି ଭୋରରୁ ଦାମୁ ହଟିଂ ଅଞ୍ଚଳରେ ଚଢ଼ାଉ କରି ୪ ଜଣଙ୍କୁ ଗିରଫ କରି ନଗଦ ୩ ହଜାର ଟଙ୍କା, ଦୁଇଟି ନକଲି ବନ୍ଧୁକ, ଛୁରୀ ସହ ଅପରାଧରେ ବ୍ୟବହୃତ ଏକ ବାଇକକୁ ଜବତ କରିଛି। ଗିରଫ ୪ ଜଣ ହେଲେ ଭୁଷୁ ଓରଫ ଅନିଲ ପାତ୍ର (୨୨), ରୋହିତ ସିଂହ (୧୯), ଅନିଲ ପଣ୍ଡା (୨୧) ଓ ଲଖିନ ଓରଫ ଲଷ୍ମୀ ତୁବିତ (୨୭)।

Leave A Reply

Your email address will not be published.