ଓଡଗାଁ(ଶ୍ରୀକାନ୍ତ ମିଶ୍ର) : ବାସ୍ତବ ଜୀବନରେ ଶିକ୍ଷା ସଂଶ୍ଳିଷ୍ଟ ହୋଇପାରିନାହିଁ ଏବଂ ପରୀକ୍ଷା ସର୍ବସ୍ୱ ଆଜିର ଶିକ୍ଷାବ୍ୟବସ୍ଥାରେ ଚରିତ୍ରଗଠନ ସମ୍ଭବ ହୋଇପାରୁନାହିଁ । ଶିକ୍ଷା ଜୀବନକୈନ୍ଦ୍ରିକ ହେବା ସହିତ ମୂଲ୍ୟବୋଧଭିତ୍ତିକ ହେବା ଉଚିତ ବୋଲି ସ୍ଥାନୀୟ ରଘୁନାଥ ସମବାୟ ମହାବିଦ୍ୟାଳୟ ଶିକ୍ଷାବିଭାଗ ତରଫରୁ ଅନୁଷ୍ଠିତ ବିଦାୟକାଳୀନ ସମ୍ବର୍ଦ୍ଧନା ସଭାରେ ଆଜିର ‘ଶିକ୍ଷା ଓ ବାସ୍ତବ ଜୀବନ ଶିର୍ଷକ ଆଲୋଚନାଚକ୍ର’ ରେ ଅଂଶଗ୍ରହଣ କରି ଶିକ୍ଷାବିତମାନେ ମତବ୍ୟକ୍ତ କରିଥିଲେ ।
ମହାବିଦ୍ୟଳୟର ଅଧ୍ୟକ୍ଷ ଅଶ୍ୱିନୀ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ପ୍ରାଧ୍ୟାପକ ବିଶ୍ୱନାଥ ମହାରଣା, ବାବାଜୀ ପରିଡା, ଅଧ୍ୟାପକ ଡ. ସୁକାନ୍ତ କୁମାର ସାହୁ, ଡ. ଚିତରଞ୍ଜନ ଦାଶ, ନିହାରରଞ୍ଜନ ପ୍ରଧାନ, ବିପିନ ମହାପାତ୍ର, ପ୍ରଶାନ୍ତ କୁମାର ମିଶ୍ର ପ୍ରମୁଖ ଯୋଗଦେଇଥିଲେ । ୨ୟ ଓ ୪ର୍ଥ ସେମିଷ୍ଟାର ପିଲାମାନେ ଷଷ୍ଠ ସେମିଷ୍ଟାର ପିଲାମାନଙ୍କୁ ବିଦାୟ ସମ୍ବର୍ଦ୍ଧନା ଜଣାଇଥିଲେ। ବିଭାଗୀୟ ମୁଖ୍ୟ ଅଧ୍ୟାପକ ପ୍ରଦୀପ୍ତ କୁମାର ବିଶ୍ୱାଳ, ଅଧ୍ୟାପିକା ଶୁଭଶ୍ରୀ ଶୁଭସ୍ମୀତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।