ଓଡ଼ଗାଁ, ୪।୬(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ କୁରାଳ ଗ୍ରାମର କାହ୍ନାପାତ୍ରଙ୍କ ସ୍ତ୍ରୀ ପ୍ରତିମା ପାତ୍ର ଫିନାଇଲ ସେବନ କରି ଗୁରୁତର ଅସୁସ୍ଥ ହୋଇପଡ଼ିଛନ୍ତି। ଗତ ୨୦ ଫ୍ରେବୃଆରୀ ମାସ ୨୦୨୬ରେ ବିବାହ ସମ୍ପନ୍ନ ହୋଇଥିବା ହୋଇଥିବା ବେଳେ ପାରିବାରିକ କଳହ କାରଣକୁ କେନ୍ଦ୍ର କରି ସେ ଏହି ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି। ଗୁରୁତର ଅବସ୍ଥାରେ ସ୍ୱାମୀ କାହ୍ନା ପାତ୍ର ଓ ପରିବାର ଲୋକେ ପ୍ରତିମାଙ୍କୁ ଓଡ଼ଗାଁ ଡାକ୍ତରଖାନାକୁ ଆଣିଥିଲେ। ଖବର ପାଇ ପ୍ରତିମାଙ୍କ ବାପଘର ଲୋକେ ରଗଡିମଡା ଗ୍ରାମରୁ ଡାକ୍ତରଖାନାରେ ପହଞ୍ଚି ତାଙ୍କୁ ଦେଖିବାକୁ ଯାଇଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ବଚସା ହୋଇଥିଲା। ଏପରିକି କାହ୍ନା ପାତ୍ର ତାଙ୍କ ମାମୁଁ ଶ୍ୱଶୁରଙ୍କୁ ଆକ୍ରମଣ କରିବା ସହ ପାଟିତୁଣ୍ଡ କରିଥିଲେ। ଫଳରେ ଡାକ୍ତରଖାନା ପରିସରରେ କିଛି ସମୟ ପାଇଁ ଉତ୍ତେଜନା ସୃଷ୍ଟି ହୋଇଥିଲା। ଖବର ପାଇ ଓଡ଼ଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ପରେ ପ୍ରତିମାଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଥିଲା। ତେବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଉକ୍ତ ଘଟଣାର ତଦନ୍ତ ଜାରି ରଖିଛି।
Sign in
Sign in
Recover your password.
A password will be e-mailed to you.