୧୪ ବର୍ଷ ରୁ କମ ବାଳକ ଖେଳାଳି ୨୨ ଓ ବାଳିକା ଖେଳାଳି ୨୪ ଙ୍କ ଗସ୍ତ ।
ମାଲକାନଗିରି ତା ୦୪/୦୬ , ୧୪ ବର୍ଷରୁ କମ ସି.ଏମ ଟ୍ରଫି ଜୋନ ସ୍ତରୀୟ ଆନ୍ତଃ ଜିଲ୍ଲା ଭଲିବଲ ଓ କବାଡି ଚମ୍ପିୟନସିପ -୨୦୨୬ ପାଇଁ ଆଜି ମାଲକାନଗିରି ଜିଲ୍ଲାରୁ ଉଭୟ ବାଳକ ଓ ବାଳିକା ବର୍ଗର ମୋଟ ୪୬ ଜଣ କ୍ରୀଡ଼ାବିତ ବୌଦ୍ଧ ଓ ବ୍ରହ୍ମପୁର ଗସ୍ତ କରିଛନ୍ତି। ବୌଦ୍ଧ ଓ ବ୍ରହ୍ମପୁର ଜୋନରେ ମୋଟ ୮ ଟି ଲେଖାଏଁ ଜିଲ୍ଲାର ଦଳ ଅଂଶ ଗ୍ରହଣ କରୁଛନ୍ତି । ଭଲିବଲ ଚମ୍ପିୟନସିପ ଆସନ୍ତା ୫ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ଅନୁଷ୍ଟିତ ହେବାକୁ ଥିବା ବେଳେ କବାଡି ଚମ୍ପିୟନସିପ ଆସନ୍ତା ୫ ତାରିଖରୁ ଆରମ୍ଭ ହୋଇ ୭ ତାରିଖରେ ଶେଷ ହେବ । ଆଜି ମାଲକାନଗିରି ଜିଲ୍ଲାର ୧୧ ଜଣ ବାଳକ ଓ ୧୨ ଜଣ ବାଳିକା ଭଲିବଲ କ୍ରୀଡ଼ାବିତଙ୍କ ସହ ବାଳକ ବର୍ଗର କୋଚ ସନିଆ ମାଡକାମୀ, ମ୍ୟାନେଜର ଭଗତରାମ ନାୟକ ଓ ବାଳିକା ବର୍ଗର କୋଚ ସୁମିତ୍ରା ମହାନ୍ତି ବୌଦ୍ଧ ଅଭିମୁଖେ ଏକ ଘରୋଇ ବସରେ ଯାତ୍ରା ଆରମ୍ଭ କରିଛନ୍ତି । ମାଲକାନଗିରି ଦଳ ଆସନ୍ତା ୫ ତାରିଖରେ କୋରାପୁଟ ଦଳ ଓ ରାୟଗଡା ଦଳ ସହ ଖେଳିବାର କାର୍ଯ୍ୟକ୍ରମ ଥିବା ବେଳେ ଆସନ୍ତା ୬ ତାରିଖରେ କନ୍ଧମାଳ ଦଳ ସହ ଖେଳିବାର କାର୍ଯ୍ୟକ୍ରମ ରହିଛି l ଆସନ୍ତା ୬ ତାରିଖ ସନ୍ଧ୍ୟାରେ ଜୋନ ସ୍ତରୀୟ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଏଥିସହ ମାଲକାନଗିରି ଜିଲ୍ଲାର ୧୧ ଜଣ ବାଳକ ଓ ୧୨ ଜଣା ବାଳିକା କବାଡି କ୍ରୀଡ଼ାବିତଙ୍କ ସହ କୋଚ ଚିତ୍ତରଞ୍ଜନ ହରିଚନ୍ଦନ, ବାକିକା ଦଳର କୋଚ ଚନ୍ଦ୍ର ନାୟକ ଓ ମ୍ୟାନେଜର ପାର୍ବତୀ ମାଝୀ ଆଜି ଏକ ଘରୋଇ ବସ ଯୋଗେ ବ୍ରହ୍ମପୁର ଗସ୍ତ କରିଛନ୍ତି l ମାଲକାନଗିରି କବାଡି ଦଳ ଆସନ୍ତା ୫ ତାରିଖରେ କୋରାପୁଟ ଦଳ ସହ ଖେଳିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଆସନ୍ତା ୬ ତାରିଖରେ ଗଞ୍ଜାମ ଓ ନବରଙ୍ଗପୁର ଦଳ ସହ ଖେଳିବାର କାର୍ଯ୍ୟକ୍ରମ ରହିଛି l ଆସନ୍ତା ୭ ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି l ଗସ୍ତ ସମୟରେ ଜିଲ୍ଲା କ୍ରୀଡା ଅଧିକାରୀ ମୁନ୍ନା ତୁରୁକଙ୍କ ସମେତ ଜିଲ୍ଲା ଅଥଲେଟିକ ଆସୋସିଏସନର କର୍ମକର୍ତାଙ୍କ ସହ ବହୁ ସଦସ୍ୟ ଉପସ୍ଥିତ ରହି କ୍ରୀଡ଼ାବିତମାନଙ୍କୁ ଉଚ୍ଚମାନର କ୍ରୀଡା ପ୍ରଦର୍ଶନ କରିବାକୁ ପରାମର୍ଶ ଦେବା ସହ ଶୁଭକାମନା ଜଣାଇଥିଲେ ।