ରାଜ୍ୟର ସ୍ୱାର୍ଥ ବିରୋଧୀଙ୍କୁ ବିଜୁ ଅନୁଗତ ବିରୋଧ କରନ୍ତୁ 

0

ଯାଜପୁର,(ଜୟଶଙ୍କର ଦାଶ) ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜୀବନବ୍ୟାପୀ ସାଧାରଣ ଜନତା, ଦେଶ , ରାଜ୍ୟର ସ୍ୱାର୍ଥରକ୍ଷା ପାଇଁ ସାଲିସ ବିହୀନ ଲଢେଇ କରିଛନ୍ତି । ଏଥିପାଇଁ ନିଜର ଧନ, ସମ୍ପତ୍ତି ଓ ଜୀବନକୁ ବି ତୁଚ୍ଛ କରିଛନ୍ତି । ଏବେ ରାଜ୍ୟର ତଥା ସାଧାରଣ ଜନତାଙ୍କ ସ୍ୱାର୍ଥ ବିରୋଧୀଙ୍କୁ ବିଜୁ ଅନୁଗତ ମାନେ ବିରୋଧ କରିବାକୁ ବିଜୁ ଜୟନ୍ତିରେ ଧର୍ମଶାଳାର ବି.ଜେ.ଡି ନେତା ସତୀଶ ବିଶ୍ୱାଳ ଆହ୍ୱାନ ଦେଇଛନ୍ତି । 

ଧର୍ମଶାଳା ବ୍ଲକର ଜେନାପୁର ଥାନା ଅନ୍ତର୍ଗତ ଭୁବନପୁର ଗାଁରେ ମଥୁରୀ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଜୟନ୍ତୀ ସଭାରେ ବିଜୁ ଯୁବ ଜନତାର ପ୍ରାକ୍ତନ ରାଜ୍ୟ ସାଧାରଣ ସଂପାଦକ ସତୀଶ ବିଶ୍ୱାଳ ଯୋଗଦେଇ କହିଥିଲେ ଯେ, ବିଜୁବାବୁଙ୍କ ନାମରେ ରାଜ୍ୟର ତଥା ସାଧାରଣ ଜନତାଙ୍କ ସ୍ୱାର୍ଥ ଏବଂ ସମ୍ପତ୍ତି ହରିଲୁଟକୁ ବରଦାସ୍ତ କରାଯିବ ନାହିଁ । ବିଜୁବାବୁଙ୍କ ନାମରେ ଗଢା ହୋଇଥିବା ଦଳ ଓ ନବୀନବାବୁଙ୍କ ସରକାରର ସ୍ୱଚ୍ଛ ଶାସନ ଓ ନିର୍ବଳ ପ୍ରଶାସନ କ୍ଷେତ୍ରରେ ପ୍ରତିବନ୍ଧକ ସାଜି ରାଜନୀତି ନାମରେ ସମ୍ପତ୍ତି ଅର୍ଜନକୁ ବିଜୁପରିବାର ଅନୁଗତମାନେ ବିରୋଧ କରିବା ହିଁ ବିଜୁବାବୁଙ୍କୁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ବୋଲି ମତ ପ୍ରକାଶ କରିଥିଲେ । ଏଥିରେ ସର୍ବଶ୍ରୀ ସୁଶାନ୍ତ ପ୍ରଧାନ, ସାଗର ରାଉତ, ବିପିନ ବିହାରୀ ପ୍ରଧାନ, ବସନ୍ତ ମଲିକ,ମଥୁରୀ ପ୍ରଧାନ, ଅଜିତ ପରିଡା, ଲକ୍ଷ୍ମୀଧର ବେହେରା, ମନୋଜ ସାହୁ, ପ୍ରତାପ ସାହୁ, ବିଦ୍ୟାଧର ବେହେରା, କାଠିଆ ସାହୁ, ଧୀରେନ୍ଦ୍ର ବେହେରା, ନରୋତ୍ତମ ସ୍ୱାଇଁ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । 

 

Leave A Reply

Your email address will not be published.