ବଡ଼ବିଲରେ ବିଜୁ ବାବୁଙ୍କ ୧୦୩ତମ ଜୟନ୍ତୀ ପାଳିତ

0

ବଡ଼ବିଲ(ଚିତ୍ତରଞ୍ଜନ କର) ଭାରତମାତାର ସୁଯୋଗ୍ୟ ସନ୍ତାନ ତଥା ରାଜନେତା, ବୈମାନିକ ଓ ଶିଳ୍ପପତି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୦୩ତମ ଜନ୍ମ ଜୟନ୍ତୀରେ ବଡ଼ବିଲ ନଗର ବିଜେଡି ତରଫରୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଆଜି ପୂର୍ବାହ୍ନ ୧୦ଟା ସମୟରେ କଳିଙ୍ଗ ନଗର ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ନିକଟରେ ବିଜୁ ଜନତା ଦଳର ଶହ ଶହ କର୍ମୀ, ଜନସାଧାରଣ ଏକାଠି ହୋଇ ବିଜୁ ବାବୁଙ୍କ ସ୍ମୃତିଚାରଣ କରିଥିଲେ। ଏହି ଉତ୍ସବରେ ବିଜେଡି ନେତା କୁଶ ଆପଟ, ବିଜୟ ମହାନ୍ତି, ବଡ଼ବିଲ ନଗର ବିଜେଡି ସଭାପତି ପ୍ରଶାନ୍ତ ସାହୁ, ପର୍ଯ୍ୟବେକ୍ଷକ ପ୍ରଦୀପ ମହାନ୍ତ, ମହିଳା ସାମ୍ମୁଖ୍ୟ ଅଧ୍ୟକ୍ଷା ଲାବଣ୍ୟବତୀ ସାହୁ ପ୍ରମୁଖ ଉପସ୍ଥିତ ରହି ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ  କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହି ଅବସରରେ ବରିଷ୍ଠ ନେତା   ବିଜୟ ମହାନ୍ତି ତାଙ୍କର ସ୍ୱଳ୍ପ ବ୍ୟକ୍ତବ୍ୟରେ ତୃଣମୂଳସ୍ତରରୁ ସାଧାରଣ ଲୋକଙ୍କ ଉପଦେଶ ଓ ପରାମର୍ଶକୁ ବାସ୍ତବ ରୂପ ଦେବା ପାଇଁ ‘ଘରେ ଘରେ ଶଙ୍ଖ: ମତାମତ ଦିଅନ୍ତି ଆପଣ,ପାଳନ କରନ୍ତି ନବୀନ’ କାର୍ଯ୍ୟକ୍ରମ ଆଜି  ବିଜୁ ବାବୁଙ୍କ ଜୟନ୍ତୀରୁ ଆରମ୍ଭ ହେଉଥିବା ଓ ଏହି କାର୍ଯ୍ୟକ୍ରମରେ ଲୋକଙ୍କ ମତ ନେଇ ଇସ୍ତାହାର ପ୍ରସ୍ତୁତ ସହ ତାକୁ କାର୍ଯ୍ୟରେ ପରିଣତ କରାଯିବ ବୋଲି ସୂଚନା ଦେଇଥିଲେ।

Leave A Reply

Your email address will not be published.