ଓଡ଼ିଶା ରାଜ୍ୟର ସ୍ଥିତି ଭଲ ନାହିଁ l ରାଜ୍ୟରେ ପରିବର୍ତ୍ତନ ଜରୁରି :କଟିଆର 

0 1

ରେଢ଼ାଖୋଲରେ ବିଜେପିର ବିଜୟ ସଂକଳ୍ପ ସମାବେଶ

ରେଢ଼ାଖୋଲ ପ୍ରତିନିଧି ଯଶୋବନ୍ତ ନାରାୟଣ ସାହୁ: ଓଡ଼ିଶା ରାଜ୍ୟର ସ୍ଥିତି ଭଲ ନାହିଁ l ରାଜ୍ୟରେ ପରିବର୍ତ୍ତନ ଜରୁରି ବୋଲି ରେଢ଼ାଖୋଲ କଦମ୍ବ ପଡ଼ିଆରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ବିଜେପି ରାଷ୍ଟ୍ରୀୟ ସଂପାଦକ ତଥା ରାଜ୍ୟ ସଭା ସାଂସଦ ବିନୟ କଟିଆର କହିଛନ୍ତି l

ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ପ୍ରଭାରୀ ଦାମୋଦର କରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାବେଶ ରେ ଶ୍ରୀ କଟିଆର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନବୀନ ସରକାର ଙ୍କ ଉପରେ ବର୍ଷିବା ସହିତ କେନ୍ଦ୍ର ସରକାର ବିଭିନ୍ନ ଜନହିତକର ଯୋଜନା ବିଷୟରେ ସୂଚନା ଦେଇଥିଲେ l ରାଜ୍ୟ ସଭାପତି ବସନ୍ତ ପଣ୍ଡା,ରାଷ୍ଟ୍ରୀୟ ସଂପାଦକ ସୁରେଶ ପୂଜାରୀ ,ଚଳଚ୍ଚିତ୍ର ଅଭିନେତ୍ରୀ ମହେଶ୍ୱତା ରାଏ ,ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂଦେଓ ଯୋଗ ଦେଇ ବିଜେଡ଼ି ସରକାର ଉପରେ ବର୍ଷିଥିଲେ l ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂପାଦିକା ସବିତା ନନ୍ଦ,ରାଜ୍ୟ ପଛୁଆ ବର୍ଗ ମୋର୍ଚ୍ଚା ସଂପାଦକ ପ୍ରତାପ କୁମାର ପ୍ରଧାନ ,ରାଜ୍ୟ  କାର୍ଯ୍ୟକାରିଣୀ ସଦସ୍ୟ ଗୋବିନ୍ଦ ଅଗ୍ରଓ୍ୱାଲ ,ଜିଲ୍ଲା ପରିଷଦ ସଭ୍ୟ ପୂର୍ଣ୍ଣଚନ୍ଦ୍ର ଗଡ଼ତ୍ୟା ,ପ୍ରମୋଦ ସାହୁ ,ଜିଲ୍ଲା ଉପସଭାପତି ବିଚିତ୍ରାନନ୍ଦ ସାହୁ ,ଦେବେନ୍ଦ୍ର ମହାପାତ୍ର ,ପୂର୍ବତନ ଏନଏସି ଅଧ୍ୟକ୍ଷା ସୁଷମା ମୁଣ୍ଡା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ l ନଗର ସଭାପତି ଶିବରାମ ସାହୁ ଧନ୍ୟବାଦ ଦେଇଥିଲେ l କାର୍ଯ୍ୟକ୍ରମରେ ନିର୍ବାଚନ ମଣ୍ଡଳୀର ଶତାଧିକ କର୍ମୀ ଓ ଜନସାଧାରଣ ଯୋଗ ଦେଇଥିଲେ l

Leave A Reply

Your email address will not be published.