ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କୁ ଯାଉଥିବା ବେଳେ ବସ ସହିତ ମୁହାଁ ମୁହିଁ ଧକ୍କା, ଜିଲ୍ଲା କୃଷି ଅଧିକାରୀଙ୍କ ସହ ଡ୍ରାଇଭର ଆହତ।
ମାଲକାନଗିରି ରୁ ସୁରେନ୍ଦ୍ର କୁମାର ବେମାଳ: ମାଲକାନଗିରି, ତା ୧୧/୦୫ ଜିଲ୍ଲାପାଳଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କୁ ଯାଉଥିବା ବେଳେ ବସ ସହିତ ମୁହାଁମୁହିଁ ଧକ୍କା ଲାଗି ମାଲକାନଗିରି ଜିଲ୍ଲା କୃଷି ଅଧିକାରୀ ଅନିଲ କୁମାର ପ୍ରହରାଜ, ଡ୍ରାଇଭର ଈଶ୍ୱର ଭୂମିୟା ଆହତ ହୋଇ ମାଲକାନଗିରି ଜିଲ୍ଲା ଚିକିତ୍ସାଳୟ ରେ ଚିକିତ୍ସିତ ହେଉଛନ୍ତି। ଆଜି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଅଧୀନସ୍ଥ ଧୂଙ୍ଗିଆପୁଟ ପଞ୍ଚାୟତ ରେ ଯୁଗ୍ମ ଅଭିଯୋଗ ଜନ ସୁଣାଣି ଶିବିର ଥିଲା । ସେଠାକୁ ଜିଲ୍ଲା ମୁଖ୍ୟକୃଷି ଅଧିକାରୀ ବୋଲେରୋ ଯୋଗେ ଯାଉଥିଲେ । ମାଲକାନଗିରି ୩୨୬ ନମ୍ବର ଜାତୀୟ ରାଜପଥ ବନ୍ଧଗୁଡା ନିକଟରେ ସରକାରୀ ବସ ସହିତ ବୋଲେରୋ ର ଧକ୍କା ହୋଇଥିଲା, ଏହି ଦୁର୍ଘଟଣା ରେ ଅଳ୍ପକେ ବର୍ତ୍ତିଛନ୍ତି ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ହେଲେ ଡ୍ରାଇଭର ଗୁରୁତ୍ତର ଭାବେ ଆହତ ହୋଇ ମେଡ଼ିକାଲରେ ଚିକତ୍ସିତ ହେଉଛନ୍ତି।
ମାଲକାନଗିରି ଥାନା ବନ୍ଧଗୁଡା ନିକଟରେ ଦୁର୍ଘଟଣା ଘଟିଛି। ରାଜ୍ୟ ସଡ଼କ ପରିବହନ ର ଭଞ୍ଜନଗର ରୁ କାଲିମେଳା କୁ ଯାଉଥିବା ବସ ସହ ଧକ୍କା ହେଲା ଅଧିକାରୀ ଙ୍କ ଗାଡ଼ି । ଦୁର୍ଘଟଣା ରେ ଜିଲ୍ଲାମୁଖ୍ୟ କୃଷି ଅଧିକାରୀ ଙ୍କ ଡ୍ରାଇଭର ଈଶ୍ୱର ଭୂମିଆ ଗୁରୁତର ଆହତ ହୋଇଥିବା ଜଣାପଡିଛି ।
ଜ଼ିଲ୍ଲାମୁଖ୍ୟ କୃଷି ଅଧିକାରୀ ଅନିଲ କୁମାର ପ୍ରହରାଜ ମାଥିଲି ବ୍ଲକ ର ଧୂଙ୍ଗିଆ ପୁଟ ପଂଚାୟତ ରେ ଆୟୋଜିତ ଯୁଗ୍ମ ଅଭିଯୋଗ ଶୁଣାଣି ରେ ଯୋଗ ଦେବାକୁ ଯାଉଥିବା ସମୟରେ ଦୁର୍ଘଟଣା ଟି ଘଟିଥିଲା । ଦୁର୍ଘଟଣା ରେ ବସ ରେ ବସିଥିବା ଯାତ୍ରୀ ମାନଙ୍କ କୌଣସି କ୍ଷତି ହୋଇନଥିବା ବେଳେ ଦୁଇ ଆହତ ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭାର୍ତ୍ତି କରାଯାଇଛି ।ମାଲକାନଗିରି ଥାନା ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଚଲାଇ ଥିବା କହିଛନ୍ତ ମାଲକାନାଗିରି ଥାନା ଅଧିକାରୀ ରିଗାନ କିଣ୍ଡୋ ।