ଲୋକପ୍ରିୟ ଫୁଟବଲ ରେଫରୀ, ଶିକ୍ଷାବିତ୍‌ କାଶୀମ ଖାନ୍‌ଙ୍କ ବିୟୋଗ।

0 2

 କେନ୍ଦୁଝର,ତା୧୧/୫- ସେ ଥିଲେ ଏକାଧାରରେ ସମାଜସେବୀ, ଶିକ୍ଷାବିତ୍ ପୁଣି ଜଣେ ପ୍ରସିଦ୍ଧ ଫୁଟବଲ ରେଫରୀ। ଏହି ବ୍ୟକ୍ତିତ୍ୱ ହାଜି ଅବୁଲ କାଶୀମ ଖାନ୍‌ଙ୍କର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହୋଇଯାଇଛି। ସୂଚନା ମିଳିଛି ଧରଣୀଧର କଲେଜରେ ଦୀର୍ଘଦିନ ଧରି ସାଇନ୍ସ ଲାବରୋଟୋରିଆନ ଭାବେ କାର୍ଯ୍ୟ କରି ଶିକ୍ଷାଦାନ କରିଥିବା ଖାନ୍‌ ସାର୍ ଯାହାଙ୍କ ନାମ ଅବୁଲ କାଶୀମ ଖାନ୍‌ ଥିଲା ତାଙ୍କର ୮୧ ବର୍ଷ ବୟସରେ ଦେହାନ୍ତ ହୋଇଯାଇଛି। ସେ ଅବସର ପରେ ଭଦ୍ରକ ସହରରେ ନିଜ ଘରେ ରହି ସମାଜସେବା କରୁଥିଲେ। କେନ୍ଦୁଝରରେ ଥିଲା ବେଳେ ସେ ଜଣେ ଦକ୍ଷ ଫୁଟବଲ ରେଫରୀ ଭାବେ କେନ୍ଦୁଝର ଷ୍ଟାଡିୟମରେ ଖେଳ ପରିଚାଳନା କରୁଥିଲେ। ଏଥି ସହ କଲେଜରେ କ୍ରୀଡ଼ା ପ୍ରତିଯୋଗିତା ପରିଚାଳନାରେ ବିଶେଷ ଭୂମିକା ରଖୁଥିଲେ। ଅବସର ପରେ ଭଦ୍ରକରେ ଅନେକ ସଂଗଠନ ସହ ଜଡିତ ହୋଇ ସେବା କରୁଥିଲେ ତେଣୁ ସବୁ ଧର୍ମର ଲୋକେ ତାଙ୍କୁ ଭଲ ପାଉଥିଲେ। ତାଙ୍କର ଦେହାନ୍ତ ଖବର ଶୁଣି କେନ୍ଦୁଝରରେ ଅନେକ ବ୍ୟକ୍ତିବିଶେଷ ଦୁଃଖ ପ୍ରକାଶ କରିଛନ୍ତି। କେନ୍ଦୁଝର ନାଗରିକ ମଞ୍ଚ ପକ୍ଷରୁ ତାଙ୍କର ଅମର ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରାଯାଇଛି।

Leave A Reply

Your email address will not be published.