ନୀଳଗିରିରେ ଜନ ଆକ୍ରୋଶ ମହିଳା ପଦଯାତ୍ରା।

0 2

ନୀଳଗିରି, ୯/୫,: ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଙ୍କ ନେତୃତ୍ୱ ତଥା ନୀଳଗିରି ନଗର ମଣ୍ଡଳ ତରଫରୁ ଭାରତୀୟ ଜନତା ପାର୍ଟି ପକ୍ଷରୁ ନୀଳଗିରି ସହରରେ ଜନ ଆକ୍ରୋଶ ମହିଳା ପଦଯାତ୍ରା ଅପରାହ୍ନ ୪.୩୦ ମିନିଟ ସମୟରେ ଆରମ୍ଭ ହୋଇଥିବା ବେଳେ ଡାକ ବଙ୍ଗଳା ପରିସରରେ ୫ ଘଟିକା ସମୟ ରେ ଏକ ମହିଳା ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାରୀ ଶକ୍ତି ବନ୍ଦନ ଅଧିନିୟମ କୁ ବିରୋଧ କରୁଥିବା ଇଣ୍ଡି ମେଣ୍ଟର ମହିଳା ବିରୋଧୀ ମାନସିକତା ବିରୋଧ ରେ ନୀଳଗିରି ର ଶତାଧିକ ମହିଳା ରାଜ ରାସ୍ତା କୁ ଓଲ୍ହାଇଥିଲେ। ପ୍ରତିବାଦ ସ୍ୱରୂପ ନୀଳଗିରି ମେଡିକାଲ ଛକ ଠାରୁ ମହିଳା ମାନେ ନାରା ବାଜି କରି ଏକ ପଦ ଯାତ୍ରାରେ ବାହାରି ନୀଳଗିରି ଦୁର୍ଗମଣ୍ଡପ ଠାରେ ପହଞ୍ଚିଥିଲେ। ସେଠାରେ ମହିଳା ମାନଙ୍କୁ ସାମ୍ବିଧାନିକ ଅଧିକାରରେ ବାଧକ ସୃଷ୍ଟି କରୁଥିବା ଇଣ୍ଡି ମେଣ୍ଟର ପ୍ରମୁଖ ନେତା ରାହୁଲ ଗାନ୍ଧୀ, ନବୀନ ପଟ୍ଟନାୟକ, ଅଖିଳେଶ ଯାଦବ, ମମତା ବାନାର୍ଜି, ମଲିକାର୍ଜୁନ ଖଡ଼ଗେ ପ୍ରମୁଖ ବିରୋଧୀ ମେଣ୍ଟର ଅନ୍ୟାନ୍ୟ ନେତାଙ୍କ କୁଶ ପିତୁଳିକା ଦାହ କରିଥିଲେ। ପରେ ନୀଳଗିରି ଡାକ ବଙ୍ଗଳା ପରିସରରେ ପହଞ୍ଚି ୫ ଘଟିକା ସମୟ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ରେ ବାଲେଶ୍ୱର ମାନ୍ୟବର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ମହିଳା ମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ଯା ମମତା ମହାପାତ୍ର, ନୀଳଗିରି ମହିଳା ମୋର୍ଚ୍ଚା ର ସମସ୍ତ ସଦସ୍ଯା ସହ ଦଳର ଶତାଧିକ ସଂଖ୍ୟା ରେ ମହିଳା ମାନଙ୍କ ର ସମାଗମ ଦେଖିବାକୁ ମିଳିଥିଲା ।

Leave A Reply

Your email address will not be published.