ନୀଳଗିରି, ତା ୮।୫(); ନୀଳଗିରି ଉପକଣ୍ଠ ନୂଆଗାଁ ଗ୍ରା:ପ ବାହାଳ ମୌଜାରେ ଥିବା ସ୍ନୋୱାର୍ଲଡ ମେରାଇନ ଏକ୍ସପର୍ଟ ପ୍ରାଇଭେଟ ଲିମିଟେଡ଼ ଚିଙ୍ଗୁଡ଼ି ପ୍ଲାଣ୍ଟ ପକ୍ଷରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ପୂର୍ବାହ୍ନ ୧୦ ଘଟିକା ସମୟରେ ପ୍ଲାଣ୍ଟ ପରିସରରେ ଆୟୋଜିତ ରକ୍ତଦାନ ଶିବିରକୁ କମ୍ପାନୀର ମୁଖ୍ୟ ପ୍ରକାଶ କୁମାର ମହାନ୍ତି, ଚିନ୍ମୟ କାନ୍ତି ବିଶ୍ୱାଳ, ବାଲେଶ୍ୱର ମୁଖ୍ୟ ଡାକ୍ତରଖାନା ରକ୍ତ ଭଣ୍ଡାର ଅଧିକାରୀ ଡାକ୍ତର ବସନ୍ତ କୁମାର ଉପାଧ୍ୟାୟ ପ୍ରମୁଖ ଯୋଗ ଦେଇ ରକ୍ତ ଦାନ ଶିବିର କୁ ଉଦ୍ଘାଟନ କରିଥିଲେ। କମ୍ପାନୀ ପକ୍ଷରୁ ଏମ୍ପ୍ଲୟୀ ମାନେ ରକ୍ତ ଦାନ କରିଥିବା ବେଳେ ୧୧୦ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା। ଏଥିରେ ଟେକ୍ନିସିଆନ ଅଜୟ କୁମାର ଜେନା, ମନୋଜ ଗନ୍ତାୟତ ଏବଂ ସହକର୍ମୀ ଅଜୟ ମହାପାତ୍ର, ବିଦ୍ୟାଧର ସାହୁ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ। ପରେ ଅପରାହ୍ନ ୨ ଘଟିକା ସମୟରେ ବାଲେଶ୍ୱର ରକ୍ତ ଭଣ୍ଡାରକୁ ରକ୍ତ ନିଆଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଶୁଭ୍ରାଂଶୁ ଶେଖର ରାୟ, ସତ୍ୟରଞ୍ଜନ ଧଳ, କାମଦାତ୍ମା ନାୟକ, ଯୁଗଳ ସ୍ୱାଇଁ, ପୂର୍ଣଚନ୍ଦ୍ର ଜେନା, ରାକେଶ ଧଳ ପ୍ରମୁଖ କମ୍ପାନୀ କର୍ମୀ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ।