୨କ୍ଵିଣ୍ଟାଲ ୭୨ କେଜି ଗଂଜେଇ ସହ ଗାଡ଼ି ଜବତ, ମାଫିଆ ଫେରାର।

0 2

ସୁବର୍ଣ୍ଣପୁର , ୯!୫(ପ୍ରକାଶ କୁମାର ହାତୀ )ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ବେହେରାମାଲ ପଂଚାୟତ ଲଙ୍ଗଳକଟା ଗ୍ରାମ ର ଚାଷ ଜମିକୁ ଯାଇଥିବା ରାସ୍ତା ରେ ଗଂଜେଇ ବୋଝାଇ ଗାଡି ଛାଡି ଗଂଜେଇ ମାଫିଆ ମାନେ ଫେରାର ହୋଇଛନ୍ତି।ଗଂଜେଇ ମାଫିଆ ମାନେ ଏକ ହ୍ୟୁଣ୍ଡାଇ କ୍ରେଟା କାର ଗଂଜେଇ ଭର୍ତ୍ତି କରି ବୌଦ୍ଧ ପଟୁ ଆସୁଥିବା ବେଳେ କୌଣସି ସୂତ୍ରରୁ ସୋନପୁର ମୋବାଇଲ ପୋଲିସଟିମ ସହ ବିନିକା ଥାନା ପୋଲିସ ଓ ରାମପୁର ଥାନା ପୋଲିସ ଗାଡ଼ିକୁ ପିଛା କରିଥିଲେ ଗଞ୍ଜେଇ ମାଫିଆ ମୁଖ୍ୟ ରାସ୍ତା ଛାଡ଼ି ନଙ୍ଗଲକଣ୍ଟା ଗାଁ ଖେତ ରାସ୍ତା ରେ ଗାଡ଼ି ଛାଡ଼ି ଚମ୍ପକ କରିଥିଲେ। ଖାବର ପାଇ ଡୁଙ୍ଗୁରିପାଲି ଥାନା ଅଧିକାରୀ ରୋଜାଲିନ ପଟେଲ ଓ ତାଙ୍କ ଟିମ ଘଟଣା ସ୍ଥଳକୁ ପହଁଚି ୨କ୍ଵିଣ୍ଟାଲ ୭୨ କେଜି ଗଂଜେଇ ସହ ଗାଡ଼ି କୁ ଜବତ କରିଛି। ରାମପୁର ମାଜିଷ୍ଟ୍ରେଟ ଙ୍କ ଉପସ୍ଥିତିରେ କାର ରୁ ଗଞ୍ଜେଇ ବାହର କରି ଓଜନ କରାଯାଇଛି l ଚୋରା ଗଞ୍ଜେଇ ଜବତ କରିବା ସହିତ କାର କୁ ମଧ୍ୟ ଜବତ କରି ଡୁଙ୍ଗୁରିପାଲି ପୋଲିସ ତଦନ୍ତ କରୁଛି l ଏହା ବୌଦ୍ଧ ରୁ ବାହାର ରାଜ୍ଯ କୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ଡୁଙ୍ଗୁରିପାଲି ପୋଲିସ ହାପୁଡ଼ ରେ ପଡ଼ିଥିଲା l

Leave A Reply

Your email address will not be published.