ଡାଇମଣ୍ଡ୍ କ୍ଲବ୍ ଆନୁକୂଲ୍ୟରେ ନକଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍ ଉଦଯାପିତ: ଆୟୋଜକ ଡାଇମଣ୍ଡ କ୍ଲବ ବିଜୟୀ।

0

ବଡ଼ବିଲ (ଚିତ୍ତରଞ୍ଜନ କର) : ବଡ଼ବିଲ ସ୍ଥିତ ବିକାଶ ମହଲ ପଡ଼ିଆରେ ଆୟୋଜିତ ଦୁଇ ଦିନିଆ ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଛି। ଏକ ରୋମାଞ୍ଚକର ଫାଇନାଲରେ ଆୟୋଜକ ଡାଇମଣ୍ଡ କ୍ଲବ ସ୍ଥାନୀୟ ଜି ଏସ ଇଲେଭେନକୁ ପରାସ୍ତ କରି ଚମ୍ପିୟାନ ହୋଇଛି। ଅପରାହ୍ନରେ ପୁରସ୍କାର ବିତରଣ ଉତ୍ସବରେ ସମାଜସେବୀ କୁଶ ଆପଟ ଯୋଗଦେଇ ବିଜେତା ଟିମକୁ ଚମ୍ପିୟାନ ଟ୍ରଫି ସହ  ୩୦ ହଜାର ଟଙ୍କାର ପୁରସ୍କାର ପ୍ରଦାନ କରିଥିଲେ। ସେହିପରି ଉପବିଜେତା ଜି ଏସ ଇଲେଭେନକୁ ଟ୍ରଫି ସହ ୨୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ପ୍ରକାଶ ଥାଉ କି ଏହି ଟୁର୍ଣ୍ଣାମେଂଟରେ ୧୬ଟି ଟିମ ଅଂଶଗ୍ରହଣ କରିଥିଲେ। ଆଗକୁ ମଧ୍ୟ ଏହିପରି ଫୁଟବଲ ଟୁର୍ଣ୍ଣାମେଂଟର ଆୟୋଜନ କରି ଲୁକ୍କାୟିତ ପ୍ରତିଭା ଗୁଡିକୁ ଲୋକଲୋଚନକୁ ଆଣିବାକୁ ଆମର ଚେଷ୍ଟା ଜାରି ରହିବ ବୋଲି ଆୟୋଜକ ସଂଜୀବ ରଣା କହିଛନ୍ତି। ଏହି ଉତ୍ସବରେ ବଡ଼ବିଲ ଫରେଷ୍ଟ ରେଞ୍ଜ ଅଫିସର ପଦ୍ମନାଭ ରାଉତ, ବିଜୟ ମହାନ୍ତି ପ୍ରମୁଖ ଯୋଗଦେଇ ଫାଇନାଲ ମ୍ୟାଚ ଉପଭୋଗ କରିଥିଲେ।

Leave A Reply

Your email address will not be published.