ଜନ୍ମରୁ ହୃଦ୍ ରୋଗ ସମସ୍ୟା ଥିବା 50 ଜଣ ଶିଶୁଂକୁ ଉଚ୍ଚତର ଚିକିତ୍ସା ପାଇଁ ପଠାଗଲା କ୍ୟାପିଟାଲ ହସପିଟାଲ

0

ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ

ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ)- ଜାତୀୟ ସ୍ୱାସ୍ଥ୍ୟ ମିଶନ ତରଫରୁ ରାଷ୍ଟ୍ରୀୟ ବାଲ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ମାଧ୍ୟମରେ ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ 3 ରୁ 18 ବର୍ଷ ମଧ୍ୟରେ ଜନ୍ମରୁ ହୃଦ୍ ରୋଗ ସମସ୍ୟା ଥିବା 50 ଜଣ ଶିଶୁଂକୁ ଉଚ୍ଚତର ଚିକିତ୍ସା ପାଇଁ ଭୁନେଶ୍ବରସ୍ଥିତ କ୍ୟାପିଟାଲ ହସପିଟାଲକୁ ପଠାଯାଇଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓଡ଼ିଶା ସରକାରଙ୍କ ତରଫରୁ ଭୁବନେଶ୍ୱରର କ୍ୟାପିଟାଲ ହସପିଟାଲରେ ଏହି ଶିଶୁମାନଙ୍କୁ ଅହମଦାବାଦର ସତ୍ୟସାଇ ହସପିଟାଲରୁ ଆସିଥିବା ହୃଦ୍ ରୋଗ ବିଶେଷଜ୍ଞଙ୍କ ଦ୍ଵାରା ଅତ୍ୟାଧୁନିକ ପ୍ରଣାଳୀରେ ପ୍ରାରମ୍ଭିକ ଚିହ୍ନଟ କରାଯିବା ପାଇଁ ମାର୍ଚ୍ଚ 3 ତାରିଖ ଦିନ ଏକ ହୃଦ୍ ରୋଗ ଚିହ୍ନଟ ଶିବିରର ଆୟୋଜନ କରାଯାଇଛି । ହୃଦ୍ ରୋଗ ଚିହ୍ନଟ ହେବା ପରେ ଶିଶୁ ମାନଙ୍କୁ ପରବର୍ତ୍ତୀ ପର୍ଯ୍ୟାୟରେ ଅହମଦାବାଦର ସତ୍ୟସାଇ ହସପିଟାଲ ରେ ଅସ୍ତ୍ରୋପଚର କରାଯିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜନ ସ୍ଵାସ୍ଥ୍ୟ ଅଧିକାରୀ  ଡା. ଦିଲ୍ଲୀପ କୁମାର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।

ଏହି ପରିପ୍ରେକ୍ଷୀରେ ଶିଶୁ ମାନଙ୍କୁ ଏକ ବସ୍ ମାଧ୍ୟମରେ କ୍ୟାପିଟାଲ ହସ୍ପିଟାଲକୁ ପଠା ଯିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡକ୍ଟର ଦିଲ୍ଲୀପ କୁମାର ଷଡ଼ଙ୍ଗୀ , ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଦାୟିତ୍ଵରେ ଥିବା ଅଧିକାରୀ ଡାକ୍ତର ଶରତ ନାୟକ, ଜିଲ୍ଲା ମଙ୍ଗଳ ଅଧିକାରୀ ସୁନିଲ କୁମାର ତାଣ୍ଡି, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଅଶୋକ କୁମାର ବିଶି, ଜିଲ୍ଲା ପ୍ରକଳ୍ପ ସଂଯୋଜକ ଶ୍ରୀ ଅମୂଲ୍ୟ କୁମାର ପ୍ରଧାନ ପ୍ରମୁଖ ଶିଶୁ ମାନଙ୍କ ଆରୋଗ୍ୟ କାମନା କରି ସବୁଜ ପତାକା ପ୍ରଦର୍ଶନ କରି ଯାତ୍ରା ଶୁଭାରମ୍ଭ କରି ଥିଲେ । ଏହି କାର୍ଯ୍ୟକ୍ରମକୁ ଡି ପି ଏମ୍ ଦିପକ ମହାନ୍ତି, ଆର୍ ବି ଏସ କେ ମନେଜର୍ ପ୍ରଶାନ୍ତ ପରିଜା, ଭିନ୍ନକ୍ଷମ ଶିକ୍ଷା ସଂଯୋଜକ ଶ୍ରୀ ଅମାତ୍ୟ କୁମାର ପ୍ରଧାନ ତଥା ସ୍ବାସ୍ଥ୍ୟ ବିଭାଗ ର ଓ ସର୍ବ ଶିକ୍ଷା ଅଭିଯାନ ର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।

Leave A Reply

Your email address will not be published.