ବଡ଼ବିଲରେ ଦୁର୍ଘଟଣାରେ ସ୍କୁଟି ଆରୋହୀ ଆହତ, ଗୁରୁତର ଅବସ୍ଥାରେ କେନ୍ଦୁଝର ସ୍ଥାନାନ୍ତର ହେଲେ

0

ବଡ଼ବିଲ (ଚିତ୍ତରଞ୍ଜନ କର): ବଡ଼ବିଲ ଷ୍ଟେସନ ରୋଡ ଅଞ୍ଚଳରେ ଦୁର୍ଘଟଣା ଘଟି ଜଣେ ୩ ଚକିଆ ସ୍କୁଟି ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଆହତ ବ୍ୟକ୍ତି ଜଣକ କେଜେଏସ୍ ଆହ୍ଲୁୱାଲିଆ କମ୍ପାନୀରେ କାମ କରୁଥିବା ଲକ୍ଷ୍ମୀ ନାରାୟଣ ଦାସ ବୋଲି ଜଣାପଡିଛି ।  ସନ୍ଧ୍ୟା ୮ ଟା ସମୟରେ ଏହି ଦୁର୍ଘଟଣା ଘଟିଛି । ଗୁରୁତର ଆହତ ଲକ୍ଷ୍ମୀ ନାରାୟଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବଡ଼ବିଲ ଡାକ୍ତରଖାନାକୁ ନେଇଥିଲେ ମଧ୍ୟ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତାଙ୍କ ମୁଣ୍ଡରେ ଆଘାତ ଲାଗିଥିବା ଜଣାପଡ଼ିଛି । ମିଳିଥିବା ସୂଚନା  ଅନୁଯାୟୀ ଏକ ଅଟୋ ରିକ୍ସା ଓ ସ୍କୁଟି ମଧ୍ୟରେ ଧକ୍କା ହୋଇଥିଲା ଏବଂ ଲକ୍ଷ୍ମୀ ନାରାୟଣ ଭାରସାମ୍ୟ ହରାଇ ତଳେ ପଡ଼ିଯାଇ ଗୁରୁତର ଆହତ ହୋଇଥିଲେ। ତେବେ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି  ଡାକ୍ତରଖାନାକୁ ଆଣିଥିବା ସହୃଦୟ ବ୍ୟକ୍ତିଙ୍କୁ ପୋଲିସ ବିଭାଗ ତରଫୁରୁ ଏକ ମାନପତ୍ର ସହ ୨ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ବୋଲି ବଡ଼ବିଲ ଥାନା ଆଇଆଇସି ସୁଶାନ୍ତ ଦାସ ଜଣାଇଛନ୍ତି।

Leave A Reply

Your email address will not be published.