ଭଞ୍ଜନଗରରେ ଦ୍ୱିତୀୟ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ: ୧୯୮ଟି ମାମଲାର ସଫଳ ସମାଧାନ ସହ ୩୭.୮୦ ଲକ୍ଷରୁ ଅଧିକ ଅର୍ଥ ଆଦାୟ

0 2

ଭଞ୍ଜନଗର ରୁ (ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସିଭିଲ୍ କୋର୍ଟ ପ୍ରାଙ୍ଗଣରେ ଆଜି ଅର୍ଥାତ୍ ମେ ମାସ ୯ ତାରିଖ ଶନିବାର ଦିନ ଦ୍ୱିତୀୟ ଜାତୀୟ ଲୋକ ଅଦାଲତ-୨୦୨୬ ସଫଳତାର ସହ ସମ୍ପନ୍ନ ହୋଇଯାଇଛି। ତାଲୁକ ଆଇନ ସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ଶେଖ ମହମ୍ମଦ କଏସ୍ ଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଏହି ଅଦାଲତ ଆୟୋଜିତ ହୋଇଥିଲା।
​ଏହି ଶିବିରରେ ସମୁଦାୟ ୪୧୯ ଟି ମାମଲା ବିଚାର ପାଇଁ ଗ୍ରହଣ କରାଯାଇଥିବା ବେଳେ ୧୯୮ ଟି ମାମଲାର ଆପୋଷ ବୁଝାମଣା ଜରିଆରେ ସମାଧାନ କରାଯାଇଛି। ଏହି ପ୍ରକ୍ରିୟାରେ ସର୍ବମୋଟ ୩୭,୮୦,୯୧୫/- ଟଙ୍କା ଅର୍ଥରାଶି ଆଦାୟ ହୋଇଛି।
​ବ୍ୟାଙ୍କ ଋଣ ପୁନରୁଦ୍ଧାର: ୪ଟି ମାମଲା (ଆଦାୟ: ୪,୫୫,୦୧୫/- ଟଙ୍କା)
​ମୋଟର ଦୁର୍ଘଟଣା ଦାବି (MACT) ୪ଟି ମାମଲା (ଆଦାୟ: ୩୧,୮୦,୦୦୦/- ଟଙ୍କା)
​ଟ୍ରାଫିକ ଚାଲାଣ: ୩୮ଟି ମାମଲା (ଆଦାୟ: ୧,୪୫,୯୦୦/- ଟଙ୍କା)
​ଅନ୍ୟାନ୍ୟ କ୍ରିମିନାଲ ମାମଲା: ୧୫୧ଟି
​ସିଭିଲ୍ ମାମଲା: ୩ଟି
​ବୈବାହିକ ବିବାଦ: ୧ଟି
​ଉପସ୍ଥିତ ବିଚାରପତି ଓ ସଦସ୍ୟ
​ନ୍ୟାୟ ପ୍ରଦାନ ପ୍ରକ୍ରିୟାରେ ସିନିୟର ସିଭିଲ ଜଜ ଦେବାଶିଷ ବିଶୋୟୀ, ଏସ୍.ଡି.ଜେ.ଏମ୍ ସୌମ୍ୟ ରଞ୍ଜନ ପୃଷ୍ଟି ଏବଂ ଜେ.ଏମ୍.ଏଫ୍.ସି ଭିୟନା ନାୟକ ବିଚାରପତି ଭାବେ ଯୋଗ ଦେଇଥିଲେ।
ଏଥି ସହିତ ​ବେଞ୍ଚ ସଦସ୍ୟ ଡ. ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ, ଆଇନଜୀବୀ ରମେଶ ପଣ୍ଡା ଓ ଅଳକା ମଞ୍ଜରି ପଟ୍ଟନାୟକ।
​ବାର୍ ଆସୋସିଏସନ: ସଭାପତି ସନ୍ତୋଷ କୁମାର ନାୟକଙ୍କ ସମେତ ଅନ୍ୟ ବରିଷ୍ଠ ସଦସ୍ୟମାନେ ସକ୍ରିୟ ସହଯୋଗ କରିଥିଲେ। ଲୋକ ଅଦାଲତର ସୁଫଳ
​ଦୀର୍ଘଦିନ ଧରି ପଡ଼ି ରହିଥିବା ମାମଲାଗୁଡ଼ିକର ଶୀଘ୍ର, ସହଜ ଏବଂ ସ୍ୱଳ୍ପ ଖର୍ଚ୍ଚରେ ସମାଧାନ ହୋଇପାରୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ନ୍ୟାୟ ପ୍ରଦାନ ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ତାଲୁକ ଆଇନ ସେବା ସମିତିର ଏହି ପ୍ରୟାସକୁ ସାଧାରଣ ଜନତା ଉଚ୍ଚ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.