ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ୨୦୨୬ ମସିହାର ୨ୟ ତମ ଜାତୀୟ ଲୋକ ଅଦାଲତ ଜିଲ୍ଲା ଆଇନ ସେବା ପ୍ରାଧିକରଣ (ଡି.ଏଲ.ଏସ.ଏ), ଗଜପତି ଦ୍ୱାରା ଆଜି (ଶନିବାର) ସମୟରେ ଗଜପତି ସିଭିଲ କୋର୍ଟ ପରିସରରେ ଏବଂ ଏହି ଜଜଶିପ୍ର ଅନ୍ୟାନ୍ୟ ଅଦାଲତ ଯଥା :- ଆର୍. ଉଦୟଗିରି , ମୋହନା ଓ କାଶୀନଗରରେ ଅନୁଷ୍ଠିତ ହୋଇଯାଇଛି।
ଏହି ଜାତୀୟ ଲୋକ ଆଦାଲତରେ ଗଜପତି ଜିଲ୍ଲା ଦୌରା ଜଜ୍ ତଥା ଡି.ଏଲ.ଏସ.ଏ, ଗଜପତିଙ୍କ ଅଧ୍ୟକ୍ଷ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତିଙ୍କ ତତ୍ତ୍ୱାବଧାନରେ ବିଭିନ୍ନ ଅଦାଲତର ନ୍ୟାୟିକ ଅଧିକାରୀମାନେ ନିଜ ନିଜ ଅଦାଲତରେ ଲୋକ ଆଦାଲତ ପରିଚାଳନା କରିଥିଲେ।
ଉପସ୍ଥିତ ନ୍ୟାୟିକ ଅଧିକାରୀମାନେ ହେଲେ ଡ଼ଃ ଜୀବନଜ୍ୟୋତି ରଥ , ଜଜ୍ , ପରିବାର ଅଦାଲତ , ଗଜପତି , ଶ୍ରୀ ବିଭୁ ପ୍ରସାଦ ପଣ୍ଡା , ଅତିରିକ୍ତ ଜିଲ୍ଲା ଦୌରା ଜଜ୍ , ଗଜପତି , ଶ୍ରୀମତୀ ସ୍ୱପ୍ନାଶ୍ରୀ ନାୟକ , ସି.ଜେ.ଏମ୍ , ଗଜପତି , ଶ୍ରୀ ସୁଦାମ ଚରଣ ଦାଶ , ସିଭିଲ ଜଜ୍ (ସିନିୟର ଡିଭିଜନ), ପାରଳାଖେମୁଣ୍ଡି , ଶ୍ରୀ ସତ୍ୟବ୍ରତ ରଣା , ରେଜିଷ୍ଟ୍ରାର , ସିଭିଲ କୋର୍ଟ, ଗଜପତି , ଶ୍ରୀ ବିମଳ ରାଉଳ , ସଚିବ, ଡି.ଏଲ.ଏସ.ଏ, ଗଜପତି , ଶ୍ରୀମତୀ ରଶ୍ମିତା ସାହୁ , ସିଭିଲ ଜଜ୍ , ମହିଳା ଅଦାଲତ, ପାରଳାଖେମୁଣ୍ଡି , ଶ୍ରୀମତୀ ଗାୟତ୍ରୀ ମିଶ୍ର , ଏସ.ଡି.ଜେ.ଏମ୍, ପାରଳାଖେମୁଣ୍ଡି , ଶ୍ରୀ ସତ୍ୟଜିତ ପାଣି, ଜେ.ଏମ.ଏଫ.ସି , ପାରଳାଖେମୁଣ୍ଡି , ସୁଶ୍ରୀ ସୌଦାମିନୀ ବିଶ୍ୱାଳ, ସିଭିଲ ଜଜ୍ (ସିନିୟର ଡିଭିଜନ), ଆର୍. ଉଦୟଗିରି , ଶ୍ରୀ ସୁବଙ୍କର ମହାନ୍ତି, ଜେ.ଏମ.ଏଫ.ସି, ଆର୍. ଉଦୟଗିରି , ଶ୍ରୀ ବିକାଶ କିରଣ ମିଶ୍ର, ଜେ.ଏମ.ଏଫ.ସି, ମୋହନା ଏବଂ ଶ୍ରୀମତୀ ମୋନାଲି ବେହେରା , ଗ୍ରାମ ନ୍ୟାୟାଧିକାରୀ-କମ୍-ଜେ.ଏମ.ଏଫ.ସି, କାଶୀନଗର।
ଏହି ଜାତୀୟ ଲୋକ ଆଦାଲତରେ ବ୍ୟାଙ୍କ , ଆର.ଟି.ଓ, ଟି.ପି.ଏସ.ଓ.ଡି.ଏଲ୍ ଓ ଅନ୍ୟାନ୍ୟ ଷ୍ଟେକ୍ହୋଲ୍ଡରମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଏହାସହ ପାରଳାଖେମୁଣ୍ଡି ବାର ଆସୋସିଏସନ୍ର ସଭାପତି ଶ୍ରୀ ରାମକୃଷ୍ଣ ନାୟକ , ସଚିବ ଶ୍ରୀ କାଶୀନାଥ ଦାଶ ଓ ବାରର ଅନ୍ୟାନ୍ୟ ସଦସ୍ୟମାନେ ମଧ୍ୟ ଉପସ୍ଥିତ ରହି ଲୋକ ଆଦାଲତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।
ଏହି ଜାତୀୟ ଲୋକ ଆଦାଲତରେ ମୋଟ ୧୮୪୯ଟି ମାମଲା ଗ୍ରହଣ କରାଯାଇଥିବା ବେଳେ ୧୧୬୬ଟି ମାମଲାର ସମାଧାନ କରାଯାଇଥିଲା। ଏଥିସହ ମୋଟ ୨୮,୭୮,୬୪୮ ଟଙ୍କା ଜରିମାନା ଆଦାୟ/ରିଲିଜ୍ କରାଯାଇଛି।
Sign in
Sign in
Recover your password.
A password will be e-mailed to you.