ଭଞ୍ଜନଗର ରୁ ( ଉଦୟନାଥ ପଣ୍ଡା ) ଶାସକ ପ୍ରଶାସକ: କଳାକୁଞ୍ଜର ଆକର୍ଷଣୀୟ କଳା ନୈପୁଣ୍ୟରେ ଝଲସିଲା ଭଞ୍ଜନଗର ସହର ଖାଲାସିସାହି। ଦିନେ ଏହି ଭଞ୍ଜନଗର ଖାଲାସିସାହି, ବିଭିନ୍ନ ଆକର୍ଷଣୀୟ କଳାକୁଞ୍ଜ, ବିଭିନ୍ନ ପ୍ରକାରର ବେଶ ଯଥା ମଣିଷ ବାଘ, ପିଲାଖାଇ ଡାହାଣୀ, ମଢ଼ ବେଶ,ଶବର, ସାମୁହିକ ବ୍ରାହ୍ମଣ ବେଶ ଓ ମାଟି ତିଆରି ବିରାଟ ମୂର୍ତ୍ତିରେ ନିଜର କଳା ନୈପୁଣ୍ୟ କାରିଗର ଦ୍ଵାରା ବିଦ୍ୟୁତ ମୋଟର ବ୍ୟବହାର କରି ମୂର୍ତ୍ତି ର ଅଗଂଭଗିଂ ରେ ଜିବନ ଭରି ଦେଇ ଲୋକଙ୍କୁ ଚକିତ କରିଦେଉଥିଲେ। କିନ୍ତୁ ଆଜିର ଏହି କଳା କୁଚିତ୍ କହିଲେ ଅତ୍ୟୁକ୍ତି ହେବନାହିଁ। କେବଳ ପରମ୍ପରା, ଇତିହାସ, ଓ ସାହିର ଗୈ।ରବ କୁ ବଞ୍ଚାଇ ବାକୁ ସମସ୍ତ ସାହି ବାସିନ୍ଦା ଓ ସଚେତନ ନାଗରିକ ମଞ୍ଚ ର ଆଗ୍ରହ।
ଐତିହାସିକ ଭଞ୍ଜନଗର ଠାକୁରାଣୀ ଯାତ୍ରା ଅବସରରେ ଖାଲାସିସାହି ସଚେତନ ନାଗରିକ ମଞ୍ଚର ଆନୁକୂଲ୍ୟରେ ଏବଂ ସମସ୍ତ ସାହିବାସୀଙ୍କ ସହଯୋଗରେ ସଂଧ୍ୟା ସମୟରେ ମାଁ ବ୍ୟାଘ୍ରଦେବୀଙ୍କ ଆଜ୍ଞାମାଳ ଠାକୁରାଣୀ ଯାତ୍ରା ପଡିଆରୁ ବିଧୂବଦ୍ଧ ଭାବେ ଅଣାଯାଇ ବିଶାଳ ଧାର୍ମିକ ପରିବେଶ ମଧ୍ୟରେ ୫ଗୋଟି ବିରାଟ କଳାକୁଞ୍ଜର ଶୁଭ ଉଦଘାଟନ କରାଯାଇଛି। ଭକ୍ତି, ପରମ୍ପରା ଓ ସଂସ୍କୃତିର ଏହି ମହାମିଳନ ଉତ୍ସବରେ ସାହିବାସୀଙ୍କ ଅପୂର୍ବ ଉତ୍ସାହ ଓ ସକ୍ରିୟ ଅଂଶଗ୍ରହଣ ଠାକୁରାଣୀ ଯାତ୍ରାକୁ ଆହୁରି ଭବ୍ୟ ଓ ସ୍ମରଣୀୟ କରିଛି। ମାଁଙ୍କ କୃପାଲାଭ ପାଇଁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ସହ ଅଞ୍ଚଳରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଥିବା ବେଳେ, ଆଗାମୀ ଦିନଗୁଡିକରେ ଯାତ୍ରା ଆହୁରି ବିରାଟ ଆକର୍ଷଣୀୟ ଓ ଭବ୍ୟ ଜାକଜମକ ଭାବରେ ପାଳନ ହେବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।ଭଞ୍ଜନଗର ସହରର ଏହି ଐତିହାସିକ ଠାକୁରାଣୀ ଯାତ୍ରା ମହୋତ୍ସବରେ ଆୟୋଜିତ ସାଂସ୍କୃତିକ ମହାକୁମ୍ଭରେ ରାଜ୍ୟର କୋଣ ଅନୁକୋଣରୁ ବହୁ ଲୋକନୃତ୍ୟ ଦଳ ନିଜର କଳା ପ୍ରଦର୍ଶନ କରୁଥିବା ବେଳେ କଳାକାରମାନେ ଭାବର ଆଦାନପ୍ରଦାନ କରୁଛନ୍ତି। ଗୋଟିପୁଅ ନୃତ୍ୟରୁ ଆରମ୍ଭ କରି ଘୁଡ଼ୁକି, କଳାହାଣ୍ଡିର ଘୁମୁରାରୁ ଆରମ୍ଭକରି ବଲାଙ୍ଗୀରର କୋଶଳ ଡ୍ୟାନ୍ସ ଏକାଡେମୀ, ସମ୍ବଲପୁରର ଡାଲଖାଇରୁ ଆରମ୍ଭ କରି ଗଞ୍ଜାମର ରଣପା ଯାଏଁ ଗୋଟିଏ ମଞ୍ଚରେ ପ୍ରତ୍ୟହ ସନ୍ଧ୍ୟାରେ ପରିବେଷଣ କରାଯାଉଛି। ରାଜ୍ୟର ପ୍ରତିଷ୍ଠିତ କଣ୍ଠଶିଳ୍ପୀମାନଙ୍କ ଦ୍ବାରା ୨୦ ଦିନ ଧରି ଭଜନରୁ ଆରମ୍ଭ କରି ଆଧୁନିକ ମେଲୋଡି ଓ କମେଡି ସୋ’ ହୋଇ ଆସୁଛି। ସନ୍ଧ୍ୟାରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହରର ରେଡ୍କ୍ରସ୍ ରୋଡ଼ ଖାଲାସିସାହି ବାସିନ୍ଦାଙ୍କ ସହଯୋଗରେ ଓ ଉକ୍ତ ସାହିର ” ସଚେତନ ନାଗରିକ ମଞ୍ଚ” ଅନୁଷ୍ଠାନ ତରଫରୁ ୫ଟି ସୁଦୃଶ୍ୟ ଆକର୍ଷଣୀୟ ମେଢ଼ର ଶୁଭ ଉଦ୍ଘାଟନ ହୋଇଛି । ଅଯୋଧ୍ୟାର ଶ୍ରୀରାମ ମୂର୍ତି, ହନୁମାନ, ଭଗବାନ ଶ୍ରୀବିଷ୍ଣୁଙ୍କ ବରାହ ଅବତାର, ଶ୍ରୀଜଗନ୍ନାଥ ଓ ମା’ କାଳୀଙ୍କ ୧୫ ଫୁଟ ଉଚ୍ଚତାର ସୁଦୃଶ୍ୟ ମେଢ଼ ଆରମ୍ଭ ହୋଇଛି। ଯାତ୍ରା କମିଟି ସଭାପତି ରାଜେନ୍ଦ୍ର କୁମାର ବିଷୋୟୀଙ୍କ ଉପସ୍ଥିତିରେ ସାହିର ସଚେତନ ନାଗରିକ ମଞ୍ଚ ପକ୍ଷରୁ ସମସ୍ତ ସାହି ବାସିନ୍ଦା ଙ୍କ ପ୍ରତ୍ୟକ୍ଷ ସହଯୋଗରେ କମିଟି ଉପସଭାପତି ମୁରଲୀଧର ପଣ୍ଡା , ଐତିହାସିକ ଯାତ୍ରାସ୍ଥଳରୁ ବା ଠାକୁରାଣୀ ମଣ୍ଡପ ରୁ ମା’ଙ୍କ ଆଜ୍ଞାମାଳ ଧରି ବାଜା ଓ ବାଣ ପଟୁଆରରେ ସାହିକୁ ଯାଇ ଅନ୍ୟତମ ଉପସଭାପତି ଶାନ୍ତନୁ କୁମାର ଦାସ, ନଗର ଉପାଧ୍ଯକ୍ଷା ଶୁଭଶ୍ରୀ ଦାସ, ସାହି କମିଟି ସମ୍ପାଦକ ଶିବ ନାୟକ ଓ ମନୋଜ କୁମାର ପାଣିଗ୍ରାହୀଙ୍କ ଉପସ୍ଥିତିରେ ଏସବୁ ମେଢ଼କୁ ପୂଜାର୍ଚ୍ଚନା କରାଯାଇ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଖୋଲାଯାଇଥିଲା। ଯାତ୍ରା କମିଟି ସହ-ସମ୍ପାଦକ ଡି.ଚେଲପତି ରାଓ ସହଯୋଗ କରିଥିଲେ । ଆୟୋଜିତ ବିରାଟ ଭବ୍ୟ ଆକର୍ଷଣୀୟ କବିସମ୍ରାଟ ରଙ୍ଗମଞ୍ଚରେ ଅନୁଷ୍ଠିତ ହୋଇଯାଇଛି ବଲାଙ୍ଗୀରର କୋଶଳ ଡ୍ୟାନ୍ସ ଏକାଡେମୀ ପକ୍ଷରୁ ପ୍ରଥମେ ଲୋକ ନୃତ୍ୟ ପରିବେଷଣ ପରେ ଦ୍ଵିତୀୟାଦ୍ଧରେ ସମ୍ବଲପୁରର ଆଶିଷ କୁମାର ଓ ସାଥୀମାନଙ୍କ ଦ୍ବାରା ରଙ୍ଗାରଙ୍ଗ ସମ୍ବଲପୁରୀ ନାଚ ଗୀତ ହୋଇଥିଲା। ଅତିଥି ଥିଲେ ଗଞ୍ଜାମ ଏସ୍ପି ଶୁଭେନ୍ଦୁ କୁମାର ପାତ୍ର, ଭଞ୍ଜନଗର ଅତିରିକ୍ତ ଏସ୍ପି ରଞ୍ଜନ କୁମାର ଦେ, ତନରଡ଼ାସ୍ଥିତ ଅଷ୍ଟମ ଆଇଆର୍ବି କମାଣ୍ଡାଣ୍ଟ ସୁଧାକର ମିଶ୍ର, ଏସ୍ଡିପିଓ ଡ. ଦୀପକ କୁମାର ମିଶ୍ର ଓ ଥାନାଧିକାରୀ ଜୀବନାନନ୍ଦ ଜେନା ପ୍ରମୁଖ।
Sign in
Sign in
Recover your password.
A password will be e-mailed to you.