କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ୧୫୦ରୁ ଉର୍ଦ୍ଧ୍ବ  କଂଗ୍ରେସ-ବିଜେପିର ନେତା ଓ କର୍ମୀ ବିଜେଡିରେ ସାମିଲ

0

ଭୁବନେଶ୍ୱର :  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣ୍ଟାବାଞ୍ଜି, ତୁରେଇକେଲା, ମୁରିବାହାଲ ବ୍ଲକ କଂଗ୍ରେସ ଓ ବିଜେପିର ସମିତି ସଭ୍ୟ/ସଭ୍ୟା, ଅନୁସୂଚିତ ଜନଜାତି ପ୍ରତିନିଧିଙ୍କ ସହ ୧୫୦ରୁ ଉର୍ଦ୍ଧ୍ବ  କର୍ମୀ ବିଧାୟକ ଏମ୍‍ଡି. ଆୟୁବ ଖାଁଙ୍କ ନେତୃତ୍ୱରେ ନବୀନ ନିବାସରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।

ଆଜିର ଏହି କାର୍ଯ୍ୟକ୍ରମରେ ମାଲକାନଗିରି ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା, ଜିଲ୍ଲା ସଭାପତି ମାନସ ମାଡ଼କାମି, ରାଜ୍ୟ ହାଉସିଂ ବୋର୍ଡ ଅଧ୍ୟକ୍ଷ ଭୂପିନ୍ଦର ସିଂହ, ଜିଲ୍ଲା ସଂଯୋଜକ ପ୍ରକାଶ ମହାନ୍ତି, କୃଷକ ସେଲ୍‍ ଜିଲ୍ଳା ସଭାପତି ସୁବାସ ବାନାର୍ଜୀ, ବିଜେଡି ନେତା ଡାନିଏଲ୍‍ ପୋଟ୍‍ଲା, ଜିଲ୍ଲା ସଂପାଦକ ଅଶୋକ ପାଲ୍‍, ଯୁବ ବିଜେଡି ଜିଲ୍ଲା କାର୍ଯ୍ୟକାରୀ ସଭାପତି ରୁଦ୍ର ପାତ୍ରଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.